ଜଙ୍ଗଲରେ ପୋତି ହୋଇ ରହିଛି ମହିଳାଙ୍କ ମୃତଦେହ, ଦେଖାଯାଉଛି ପାଦ

ଜଙ୍ଗଲରେ ପୋତି ହୋଇ ରହିଛି ମହିଳାଙ୍କ ମୃତଦେହ। ମୃତଦେହର କେବଳ ପାଦ ଦେଖାଯାଉଛି। ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ମୁରମଡିହି ଜଙ୍ଗଲରେ ମହିଳାଙ୍କ ମୃତଦେହ ପୋତା ଯାଇଥିବା ଦେଖାଯାଇଛି।

ଜଙ୍ଗଲରେ ପୋତି ହୋଇ ରହିଛି ମହିଳାଙ୍କ ମୃତଦେହ। ମୃତଦେହର କେବଳ ପାଦ ଦେଖାଯାଉଛି। ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ମୁରମଡିହି ଜଙ୍ଗଲରେ ମହିଳାଙ୍କ ମୃତଦେହ ପୋତା ଯାଇଥିବା ଦେଖାଯାଇଛି। ପାଦରେ ନେଲପଲିସ ଲାଗିଥିବାରୁ ଏହା ମୃତଦେହ ମହିଳାଙ୍କର ବୋଲି ସନ୍ଦେହ କରାଯାଉଛି।

ମୃତଦେହ ପୋତା ଯାଇଥିବା ପାଖରେ ଗଛରେ ରକ୍ତ ଛିଟା ଥିବାରୁ ଏହା ଏକ ହତ୍ୟା କାଣ୍ଡ ବୋଲି ଅନୁମାନ କରାଯାଉଛି। ରାଇଘର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି ସାଇଣ୍ଟଫିକ ଟିମ ପହଞ୍ଚିୱେ ମୃତଦେହକୁ ଖୋଳି ବାହାର କରାଯିବ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.