କରାଚି ସପିଂ ମଲରେ ଭୀଷଣ ନିଆଁ, ୧୧ ମୃତ, ଅନେକ ଆହତ

କରାଚିର ରଶିଦ୍ ମିନହାସ୍ ରୋଡରେ ଥିବା ଆରଜେ ସପିଂ ମଲରେ ନିଆଁ ଲାଗିଯାଇଥିଲା । ଫଳରେ ୧୧ ଜଣ ପୋଡି ହୋଇ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ଘଟଣାରେ ଦମକଳ ବାହିନୀ ପ୍ରାୟ ୫୦ଜଣଙ୍କୁ ଉଦ୍ଧାର କରିଛି ।

ପାକିସ୍ତାନ କରାଚିରେ ହୁ ହୁ ହୋଇ ଜଳିଲା ସପିଂ ମଲ୍‌ । ନିଆଁରେ ଜୀବନ୍ତ ପୋଡି ହୋଇ ୧୧ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଆହତ ରହିଛନ୍ତି । ଆହତଙ୍କୁ କରାଚିର ସିଭିଲ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, କରାଚିର ରଶିଦ୍ ମିନହାସ୍ ରୋଡରେ ଥିବା ଆରଜେ ସପିଂ ମଲରେ ନିଆଁ ଲାଗିଯାଇଥିଲା । ଫଳରେ ୧୧ ଜଣ ପୋଡି ହୋଇ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ଘଟଣାରେ ଦମକଳ ବାହିନୀ ପ୍ରାୟ ୫୦ଜଣଙ୍କୁ ଉଦ୍ଧାର କରିଛି । କିନ୍ତୁ ଆହୁରି ଅନେକ ଲୋକେ ମଲ୍ ଭିତରେ ଫସି ରହିଛନ୍ତି । କରାଚି ମୁଖ୍ୟମନ୍ତ୍ରୀ ଏହି ମାମଲାର ରିପୋର୍ଟ ମାଗିଛନ୍ତି ।

ଜିଲା ଡେପୁଟି କମିଶନର ଅଲତାଫ ଶେଖ କହିଛନ୍ତି ଯେ, ଅଗ୍ନିକାଣ୍ଡ ପରେ ୨୨ଜଣଙ୍କୁ ମଲରୁ ଉଦ୍ଧାର କରାଯାଇ ଜିନ୍ନା ପୋଷ୍ଟ ଗ୍ରାଜୁଏଟ ମେଡିକାଲ ଜେପିଏମସି ସ୍ଥାନାନ୍ତର କରାଯାଇଛି । ତେବେ କେଉଁ କାରଣ ଲାଗି ସପିଂ ମଲରେ ଏଭଳି ଭୟଙ୍କର ନିଆଁ ଲାଗିଲା ତାହା ଜଣାପଡି ନାହିଁ । ଭିତରେ ଅନେକ ଲୋକ ଫସି ରହିଥିବା କଥା ମଲରୁ ଉଦ୍ଧାର କରାଯାଇଥିବା ଜଣେ ବ୍ୟକ୍ତି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.