ଟଙ୍କା ପାଇଁ ଆଖିରେ ଡିଟରଜେଣ୍ଟ ଢାଳି ବ୍ୟକ୍ତିଙ୍କୁ ଅନ୍ଧ କଲେ ମହିଳା, ଜାଣନ୍ତୁ ପୂରା ଘଟଣା

ସୁଗର ଡାଡି ଡେଟିଂ ଆପରେ ଜଣେ ୬୧ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ମହିଳା ଜଣଙ୍କ ଭେଟିଥିଲେ । ଉକ୍ତ ବ୍ୟକ୍ତିଙ୍କ ଠାରୁ ୨୦୦୦ ଡଲାର ମାଗିଥିଲେ ଯୁବତୀ । କିନ୍ତୁ ବ୍ୟକ୍ତି ଜଣଙ୍କ ଏତେ ଟଙ୍କା ଦେବାରୁ ମନା କରିବାରୁ ଯୁବତୀ ଜଣଙ୍କ ଏଭଳି ଅଭାବନୀୟ ଘଟଣା ଘଟାଇବାକୁ ପଛାଇଲେନି ।

ଟଙ୍କା ପାଇଁ ମଣିଷ କିଛି ବି କରିପାରେ । ବର୍ତ୍ତମାନ ସମୟରେ ଟଙ୍କାର ଲୋଭ ଏତେ ବଢ଼ି ଯାଇଛି ଯେ ମଣିଷ ନିଜର ହିତାହିତ ଜ୍ଞାନ ହରାଇ ବସୁଛି । ଟଙ୍କା ପାଇଁ ଅନେକ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ଅପରାଧି । ତେବେ ସାମାନ୍ୟ ଟଙ୍କା କେଇଟା ପାଇଁ ଜଣେ ମହିଳା ନିଜ ସାଥୀଙ୍କ ଆଖିରେ ଡିଟରଜେଣ୍ଟ ପାଉଡର ପକାଇ ତାଙ୍କୁ ଅନ୍ଧ କରି ଦେଇଛନ୍ତି । ଏଭଳି ଅଭାବନୀୟ ଘଟଣା ଆମେରିକାର ଟେକ୍ସାସରେ ଘଟି ଯାଇଛି । ଟେକ୍ସାସର ଜଣେ ୨୬ ବର୍ଷ ବୟସ୍କା ଯୁବତୀ, ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଘରକୁ ନଷ୍ଟ କରିବା ସହ ତାଙ୍କ ଆଖିରେ ଡିଟରଜେଣ୍ଟ ପାଉଡର ଢାଳି ତାଙ୍କୁ ଅନ୍ଧ କରି ଦେଇଛନ୍ତି ।

ସୂଚନା ଅନୁସାରେ ସୁଗର ଡାଡି ଡେଟିଂ ଆପରେ ଜଣେ ୬୧ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ମହିଳା ଜଣଙ୍କ ଭେଟିଥିଲେ । ଉକ୍ତ ବ୍ୟକ୍ତିଙ୍କ ଠାରୁ ୨୦୦୦ ଡଲାର ମାଗିଥିଲେ ଯୁବତୀ । କିନ୍ତୁ ବ୍ୟକ୍ତି ଜଣଙ୍କ ଏତେ ଟଙ୍କା ଦେବାରୁ ମନା କରିବାରୁ ଯୁବତୀ ଜଣଙ୍କ ଏଭଳି ଅଭାବନୀୟ ଘଟଣା ଘଟାଇବାକୁ ପଛାଇଲେନି । କ୍ୟାଲି ରେନା ମେଦିନା ନାମକ ଏହି ମହିଳା ଜଣକ ସାନ ଆଣ୍ଟୋନିଓରେ ଥିବା ଉକ୍ତ ବ୍ୟକ୍ତିଙ୍କ ଘରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଘଟଣାରେ ବର୍ତ୍ତମାନ ଯୁବତୀଙ୍କୁ ଗିରଫ କରାଯାଇଛି ।

ମିଳିଥିବା ରିପୋର୍ଟ ଅନୁସାରେ ଏହି ଯୋଡି ସିକିଙ୍ଗ ଡେଟିଂ ଆପରେ ପରସ୍ପରକୁ ଭେଟିଥିଲେ । ପରେ ଚଳିତ ମାସ ଆରମ୍ଭରେ ଦୁଇ ଜଣ ଡିନର ଡେଟରେ ଯାଇଥିଲେ । ଯୁବତୀଙ୍କ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ପୋଲିସଙ୍କୁ କହିଛନ୍ତି ଯେ ରାତ୍ରୀ ଭୋଜନ ସ୍ୱାଭାବିକ ହୋଇଥିଲା । କିନ୍ତୁ ସେ ଆଉ ଯୁବତୀଙ୍କୁ ଦେଖା କରିବାକୁ ଚାହୁଁ ନଥିଲେ । କିନ୍ତୁ ମହିଳା ଜଣକ ମଙ୍ଗଳବାର ଦିନ ପ୍ରାୟ ୨.୩୦ ସମୟରେ ତାଙ୍କ ଘରକୁ ଆସିଥିଲେ ।

ପୋଲିସ କହିବା ଅନୁସାରେ, ସେମାନେ ଘରେ କଥାବାର୍ତ୍ତା କରିଥିଲେ ପରେ ଦୁଇ ଜଣ ଡ୍ରିଙ୍କ୍ସ କରିଥିଲେ । କିନ୍ତୁ ହଠାତ୍ ମହିଳା ଜଣଙ୍କ ବ୍ୟକ୍ତିଙ୍କୁ ୨,୦୦୦ ଡଲାର ମାଗିଥିଲେ। ବ୍ୟକ୍ତି ଜଣଙ୍କ ଏତେ ଟଙ୍କା ପାଖରେ ନଥିବା କହିଥିଲେ । ଏହା ପରେ ଯୁବତୀ ଜଣଙ୍କ ରାଗିଯାଇ ବ୍ୟକ୍ତିଙ୍କର ଟିଭି, ଘରେ ଥିବା ଆସବାବପତ୍ର ଏବଂ ପେଣ୍ଟିଂକୁ ନଷ୍ଟ କରିଥିଲେ । ପରେ ଘରର କାନ୍ଥକୁ ମଧ୍ୟ ନଷ୍ଟ କରିଥିଲେ ଯୁବତୀ ।
ମହିଳା ଜଣଙ୍କ ଏପରି କରୁଥିବାର ବ୍ୟକ୍ତି ଜଣଙ୍କ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଫଳରେ ମହିଳା ଜଣଙ୍କ ଅଧିକ ରାଗି ଯାଇ ବ୍ୟକ୍ତିଙ୍କ ମୁଣ୍ଡରେ ଡିଟରଜେଣ୍ଟ ପାଉଡର ପକାଇଥିଲେ । ଫଳରେ ବ୍ୟକ୍ତିଙ୍କ ଆଖିରେ ଏହି ଡିଟରଜେଣ୍ଟ ପଡ଼ି ସେ ଅନ୍ଧ ହୋଇ ଯାଇଥିଲେ । କଥା ଏତିକି ରେ ସରି ନଥିଲା । ମହିଳା ଜଣଙ୍କ ଘରୁ ପଳାଇବା ପୂର୍ବରୁ ବ୍ୟକ୍ତିଙ୍କ ଆଇଫୋନ୍, ପାସପୋର୍ଟ, ସିସିଟିଭି କ୍ୟାମେରା ଏବଂ ହେୟାର ଡ୍ରାୟର ଛଡ଼ାଇ ନେଇଥିଲେ।

ଅନ୍ଧ ହୋଇଯିବା ପରେ ବ୍ୟକ୍ତି ଜଣଙ୍କ ବହୁ କଷ୍ଟରେ ଘରୁ ବାହାରକୁ ଆସି ସାହାଯ୍ୟ ପାଇଁ ଚିଲ୍ଲାଇବାକୁ ଲାଗିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବ୍ୟକ୍ତିଙ୍କୁ ଉଦ୍ଧାର କରି ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲେ । କିନ୍ତୁ ବ୍ୟକ୍ତିଙ୍କ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । ତେବେ ଉକ୍ତ ଯୁବତୀଙ୍କୁ ଗିରଫ କରାଯାଇଛି । ପୋଲିସ କହିବା ଅନୁସାରେ ପୂର୍ବରୁ ମଧ୍ୟ ଯୁବତୀଙ୍କ ଉପରେ ଅନେକ ଅଭିଯୋଗ ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.