ଗଜପତିରେ ମହାରାଷ୍ଟ୍ରର ବାଘ, ଚାଲି ଚାଲି ଆସିଲା ୨ ହଜାର କିଲୋମିଟର

ଗଜପତିରେ ମହାରାଷ୍ଟ୍ରର ବାଘ । ୨ ହଜାର କିଲୋମିଟର ଚାଲି ଚାଲି ଆସି ଗଜପତିରେ ପହଂଚିଛି। ଗଣ୍ଡାହାତୀ ନିକଟ କୁମୁଳାସିଂ ଗାଁ ଅଞ୍ଚଳରେ ମହାବଳ ବାଘ ଦୁଇଟି ଗାଈ ମାରି ଖାଇଥିବା ଅଭିଯୋଗ ହୋଇଛି।

ଗଜପତିରେ ମହାରାଷ୍ଟ୍ରର ବାଘ । ୨ ହଜାର କିଲୋମିଟର ଚାଲି ଚାଲି ଆସି ଗଜପତିରେ ପହଂଚିଛି। ଗଣ୍ଡାହାତୀ ନିକଟ କୁମୁଳାସିଂ ଗାଁ ଅଞ୍ଚଳରେ ମହାବଳ ବାଘ ଦୁଇଟି ଗାଈ ମାରି ଖାଇଥିବା ଅଭିଯୋଗ ହୋଇଛି। ବାଘକୁ ସୁରକ୍ଷା ଦେବା ସହ ଲୋକଙ୍କର ଯେପରି କ୍ଷତି ନହୁଏ ସେଥିପାଇଁ ବନକର୍ମଚାରୀ ନିୟୋଜିତ ଅଛନ୍ତି ।

ଟ୍ରାପ୍ କ୍ୟାମେରା ଲଗାଇବା ସହ ପାଟ୍ରୋଲିଂ ଜାରି ରହିଥିବା କହିଛନ୍ତି ବନ ଅଧିକାରୀ । ବାଘର ପାଦଚିହ୍ନ ଓ ଟ୍ରାଫ୍ କ୍ୟାମେରା ଫୁଟେଜ ଜାତୀୟ ୱାଇଲ୍ଡ ଲାଇଫ୍ ବିଭାଗକୁ ପଠାଇବା ପରେ ବାଘଟି ମହାରାଷ୍ଟ୍ର ବ୍ରହ୍ମପୁରୀ ଅଞ୍ଚଳର ବୋଲି ଜଣାପଡିଛି। ବାଘର ଗତିବିଧି ଉପରେ ନଜର ରଖିଛି ବନବିଭାଗ । ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପରେ ବାଘକୁ ଘଉଡାଇବା ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ବନ ଅଧିକାରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.