Below header

ୟୁପିର ଯୁବକଙ୍କୁ ହୃଦୟ ଦେଲେ ଆମେରିକାର ଝିଅ, ହିନ୍ଦୁ ରିତିନୀତିରେ କଲେ ବିବାହ

ୟୁପି ଯୁବକଙ୍କ ପ୍ରେମରେ ପଡ଼ିଛନ୍ତି ଜଣେ ଆମେରିକୀୟ ଝିଅ । ହିନ୍ଦୁ ରିତିନୀତିରେ କଲେ ବିବାହ

ହମୀରପୁର : ପ୍ରେମ ଚିରନ୍ତନ ଶାଶ୍ବତ । ପ୍ରେମ ହିଁ ବିଶ୍ବାସ । ପ୍ରେମ ପାଇଁ କିଏ ସାତ ଦରିଆ ପାର୍ କରି ଆସୁଛି ତ କିଏ ଜୀବନ ଦେବା ପାଇଁ ମଧ୍ୟ ପଛାଉ ନାହିଁ । ନିକଟରେ ଆମେ ଅନେକ ପ୍ରେମର ଜ୍ବଳନ୍ତ ଉଦାହରଣ ଦେଖିଥିବା ବେଳେ । ଏବେ ପୁଣି ଆମ ସାମ୍ନାକୁ ଆସିଛି ସେହିପରି ଏକ ପ୍ରେମ କାହାଣୀ । ଆପଣ ଅନେକ ଥର ବିଦେଶିନୀ ଭାରତର ବୋହୂ ସାଜିବା କଥା ଶୁଣିଥିବେ। ସେହିପରି ଏବେ ପୁଣି ପ୍ରେମୀ ଯୁଗଳଙ୍କ ନାଁ ଚର୍ଚ୍ଚାକୁ ଆସିଛି । ୟୁପି ଯୁବକଙ୍କ ପ୍ରେମରେ ପଡ଼ିଛନ୍ତି ଜଣେ ଆମେରିକୀୟ ଝିଅ।

ପ୍ରେମ ଅନ୍ଧ ଏକଥା ଆପଣ ଜାଣିଛନ୍ତି । ଆଉ ପ୍ରେମ ମଶିଷକୁ ବହୁ ଦୂର ଦରାନ୍ତରୁ ପାଖକୁ ଡାକି ଆଣି ଥାଏ ତାହା ମଧ୍ୟ ଆପଣ ଜାଣିଛନ୍ତି । ଏଠାରେ ଜଣେ ଆମେରେକୀୟ ଯୁବତୀ ଉତ୍ତରପ୍ରଦେଶର ଜଣେ ଯୁବକଙ୍କୁ ମନ ଦେଇଛନ୍ତି । ସେ ଦୁହେଁ ପରସ୍ପରଙ୍କ ପ୍ରେମରେ ଏପରି ପଡ଼ିଛନ୍ତି ଯେ ସାଥୀରେ ଜୀଇବା ଓ ମରିବାର ଶପଥ ନେବାକୁ ପଛାଇ ନାହାଁନ୍ତି। ସେଥିପାଇଁ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଶେଷରେ ବିବାହ ମଧ୍ୟ କରିଛନ୍ତି ।

ତେବେ ଏହି ପ୍ରେମୀ ଯୁଗଳଙ୍କ ନାଁ ହେଉଛି ସଚିନ୍ ଶର୍ମା, ଓଲିବିୟା ବେନ୍ । ସଚିନ୍ ବିଟେକ୍ ପଢ଼ିବା ପରେ ଏମ୍ବିଏ ପଢ଼ିବାକୁ ଆମେରିକା ଯାଇଥିଲେ । ପାଠପଢ଼ିବା ସମୟରେ ସେଇଠି ହିଁ ସେ ଚାକିରୀ ପାଇଥିଲେ । ସେଠାରେ ଓଲିବିୟାଙ୍କୁ ସଚିନ୍ ଭେଟିଥିଲେ ଆଉ ଦୁହେଁ ପରସ୍ପରକୁ ପସନ୍ଦ କରିଥିଲେ । ପରେ ଦୁହିଁଙ୍କ ମଧ୍ୟ ପ୍ରେମ ହୋଇଯାଇଥିଲା । ଦୁହିଁଙ୍କ ପ୍ରେମ ଏତେ ନିବିଡ଼ ହୋଇଥିଲା ଯେ ପରସ୍ପର ସାରା ଜୀବନ ସାଥି ହୋଇ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ । ପରେ ଉଭୟଙ୍କ ପରିବାର ଲୋକେ ଏହି କଥାକୁ ସମର୍ଥନ ଜଣାଇଥିଲେ । ଆଉ ବିବାହ ପାଇଁ ତାରିଖ ଧାର୍ଯ ହୋଇଥିଲା । ତାପରେ ହିନ୍ଦୁ ରିତିନୀତି ଅନୁଯାୟୀ ନଭେମ୍ବର ୨୩ ରେ ଦୁହେଁ ବିବାହ କରିଛନ୍ତି। ଆଉ ତାଙ୍କ ବିବାହ ସମୟର ଫଟୋ ଏବେ ସୋଶିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।

ତେବେ ସଚିନଙ୍କ ବାପା ଜଣେ ରିଟାୟର୍ଡ଼ ଅବସର ପ୍ରାପ୍ତ କର୍ମଚାରୀ ତାଙ୍କ କହିବା ଅନୁଯାୟୀ, ମୋ ପୁଅ ଆମେରିକାରେ ରହି ପାଠ ପଢ଼ୁଥିବା ସମୟରେ ସେଠାକାର ଝିଅ ପସନ୍ଦ ଆସିଥିଲା ଆଉ ସେ ତାକୁ ବିବାହ କରିବାକୁ ଚାହିଁଥିଲା । ଯାହାକୁ ଆମେ ଅସ୍ବୀକାର କରିପାରି ନଥିଲୁ ପରେ ଝିଅର ପରିବାର ସହ କଥା ହୋଇ ଦୁହିଁଙ୍କ ବିବାହ କରାଇଥିଲୁ । ଏହି ବାହାଘରକୁ ନେଇ ଦୁହେଁ ବେଶ୍ ଖୁସି ଥିବା ବେଳେ ବୋହୂ ବିଦେଶିନୀ ହୋଇଥିବାରୁ ଆଖ ପାଖର ଲୋକେ ବୋହୂକୁ ଦେଖିବା ପାଇଁ ଭିଡ଼ ଜମାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.