ଦଶପଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ବାଇକ୍ ଆରୋହୀ ମୃତ

ଆଜି ଅପରାହ୍ନ ସମୟରେ ଦଶପଲ୍ଲା ଥାନା ସ୍ଥିତ ସୁବଳୟା ଛକ ନିକଟରେ ଘଟି ଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୩ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଦଶପଲ୍ଲା : ଆଜି ଅପରାହ୍ନ ସମୟରେ ଦଶପଲ୍ଲା ଥାନା ସ୍ଥିତ ସୁବଳୟା ଛକ ନିକଟରେ ଘଟି ଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୩ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। OD 25K 6438 ନମ୍ୱର ର୍ବାଇକ୍ ରେ ୩ ଜଣ ଯାଉଥିବା ବେଳେ CG 07 BP 2971 ନମ୍ୱର୍ ଏକ କାର ସହ ଧକ୍କା ହୋଇଥିଲା ।

ଫଳରେ ୩ ଜଣ ବାଇକ୍ ଆରୋହୀଙ୍କ ମଧ୍ୟରୁ ୨ ଜଣଙ୍କର ଦୁର୍ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ଅନ୍ୟ ଜଣକର ଅବସ୍ଥା ସଙ୍କଟପନ୍ନ ଥିବାରୁ ତାଙ୍କୁ 108 ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକମାନେ ଦଶପଲ୍ଲା ଅଂଚଳ ସିତୁ ଖାଁ, ଦୀପକ ମେଦିନିରା ଏବଂ ଗୋକୁଳ ନାୟକ ବୋଲି ଜଣାପଡ଼ିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.