ଲଞ୍ଚ ହେଲା ସାମସଙ୍ଗର ଶସ୍ତା ଫୋନ, ଜାଣନ୍ତୁ କଣ ରହିଛି ସ୍ପେସିଫିକେସନ୍‌

ସାମସଙ୍ଗ ନିଜ ଗ୍ରାହକଙ୍କ ପାଇଁ ଭାରତୀୟ ବଜାରରେ ଏକ ନୂଆ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ Samsung Galaxy A05 ଲଞ୍ଚ କରିଛି । ଏହି ଡିଭାଇସର ଦମଦାର ଫିଚର ବିଷୟରେ କହିବାକୁ ଗଲେ, Samsung Galaxy A05ରେ ମିଡିଆଟେକ ପ୍ରୋସେସର୍ ଏବଂ HD ପ୍ଲସ୍ ପ୍ୟାନେଲ୍ ସହିତ ଏକ ବଢ଼ିଆ ବ୍ୟାଟେରୀ ଦିଆଯାଇଛି ।

ସାମସଙ୍ଗ ନିଜ ଗ୍ରାହକଙ୍କ ପାଇଁ ଭାରତୀୟ ବଜାରରେ ଏକ ନୂଆ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ Samsung Galaxy A05 ଲଞ୍ଚ କରିଛି । ଏହି ଡିଭାଇସର ଦମଦାର ଫିଚର ବିଷୟରେ କହିବାକୁ ଗଲେ, Samsung Galaxy A05ରେ ମିଡିଆଟେକ ପ୍ରୋସେସର୍ ଏବଂ HD ପ୍ଲସ୍ ପ୍ୟାନେଲ୍ ସହିତ ଏକ ବଢ଼ିଆ ବ୍ୟାଟେରୀ ଦିଆଯାଇଛି । Samsung Galaxy A05 ଲଞ୍ଚ ହେବାର ଏକ ମାସ ପୂର୍ବରୁ, କମ୍ପାନୀ Samsung Galaxy A05s ଲଞ୍ଚ କରିଥିଲା । ଉଭୟ ମଡେଲର ଡିଜାଇନ୍ ପ୍ରାୟ ସମାନ ଭଳି କିନ୍ତୁ ଫିଚର୍ସରେ ପାର୍ଥକ୍ୟ ରହିଛି । ତେବେ ଆସନ୍ତୁ ଜାଣିବା Galaxy A05 ର ଦାମ୍‌ ଏବଂ ଏହି ହ୍ୟାଣ୍ଡସେଟରେ କେଉଁ ନୂଆ ଫିଚର ଦିଆଯାଇଛି ।

ଏହି ଲାଟେଷ୍ଟ ସାମସଙ୍ଗ ମୋବାଇଲ୍ ଫୋନର ୪GB / ୬୪ GB ଷ୍ଟୋରେଜ୍ ଭାରିଆଣ୍ଟର ଦାମ ୯,୯୯୯ ଟଙ୍କା ଥିବାବେଳେ ୬GB / ୧୨୮ GB ଷ୍ଟୋରେଜ୍ ଭାରିଆଣ୍ଟର ଦାମ୍‌ ୧୨,୪୯୯ ରହିଛି । ଏହି ଡିଭାଇସକୁ ଆପଣ ବ୍ଲାକ୍‌ , ଲାଇଟ୍‌ ଗ୍ରୀନ୍‌ ଏବଂ ସିଲଭର୍‌ ରଙ୍ଗରେ କିଣିପାରିବେ ।

ସ୍ପେସିଫିକେସନ୍‌ :
ସାମସଙ୍ଗର ଏହି ସ୍ମାର୍ଟଫୋନରେ ୬.୭ ଇଞ୍ଚ HD ପ୍ଲସ୍ LCD ଡିସପ୍ଲେ ରହିଛି ଯାହା ୧୬୦୦ X ୭୨୦ ପିକ୍ସେଲ ରିଜୋଲ୍ୟୁସନ ସହିତ ଆସିଥାଏ । ସ୍ପିଡ୍‌ ଏବଂ ମଲ୍ଟି ଟାସ୍କିଂ ପାଇଁ ଏହି ବଜେଟ ଫ୍ରେଣ୍ଡଲି ଫୋନରେ ମିଡିଆଟେକ୍ G85 ଚିପସେଟ୍ ବ୍ୟବହାର ହୋଇଛି । କ୍ୟାମେରା ସେଟଅପ୍ ବିଷୟରେ କହିବାକୁ ଗଲେ, ଫୋନର ରିୟରରେ ୫୦ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ସେନ୍ସର, ୨ ମେଗାପିକ୍ସେଲର ସେକେଣ୍ଡାରୀ କ୍ୟାମେରା ଏବଂ ସେଲଫି ଓ ଭିଡିଓ କଲିଂ ପାଇଁ ଫ୍ରଣ୍ଟରେ ୮ ମେଗାପିକ୍ସେଲର କ୍ୟାମେରା ସେନ୍ସର ଦିଆଯାଇଛି ।

ଫୋନର ବ୍ୟାଟେରୀ ଲାଇଫ ପାଇଁ ୨୫ ୱାଟର ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ ୫୦୦୦ mAh ର ଏକ ପାଓ୍ଵାରଫୁଲ ବ୍ୟାଟେରୀ ଦିଆଯାଇଛି । କନେକ୍ଟିଭିଟି ପାଇଁ, ଡୁଆଲ୍ ବ୍ୟାଣ୍ଡ ୱାଇ-ଫାଇ, , ଜିପିଏସ୍, ବ୍ଲୁଟୁଥ୍ ଭର୍ସନ୍ 5.3, ଚାର୍ଜିଂ ଏବଂ ଡାଟା ଟ୍ରାନ୍ସଫର ପାଇଁ USB ଟାଇପ୍-ସି ପୋର୍ଟ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.