ହାର୍ଦ୍ଦିକ ପାଣ୍ଡ୍ୟା ବଦଳରେ ଗୁଜରାଟ ଟାଇଟନ୍ସକୁ କୋଟି କୋଟି ଟଙ୍କା ଦେଇପାରେ ମୁମ୍ବାଇ ଇଣ୍ଡିଆନ୍ସ !

ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ବଡ ଡିଲ୍‌ ହୋଇଥିବା ଚର୍ଚ୍ଚା ଚାଲିଛି । ଆଉ ଯଦି ଏହି ଚର୍ଚ୍ଚା ସତ ହୁଏ, ତେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସ ହାତ ଛାଡି ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ଯୋଗ ଦେଇପାରନ୍ତି । ଏଥିପାଇଁ ଗୁଜରାଟ ଟାଇଟନ୍ସକୁ ମୋଟା ଅଙ୍କର ଟଙ୍କା ମୁମ୍ବାଇ ଇଣ୍ଡିଆନ୍ସ ଦେଇପାରେ ।

ଆଇପିଏଲ୍‌ ୨୦୨୪ ପାଇଁ ରିଟେନ ଏବଂ ରିଲିଜ ହୋଇଥିବା ଖେଳାଳିଙ୍କ ଲିଷ୍ଟ ଆସନ୍ତାକାଲି ସନ୍ଧ୍ୟାରେ ସାମ୍ନାକୁ ଆସିବ । ଆଉ ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ବଡ ଡିଲ୍‌ ହୋଇଥିବା ଚର୍ଚ୍ଚା ଚାଲିଛି । ଆଉ ଯଦି ଏହି ଚର୍ଚ୍ଚା ସତ ହୁଏ, ତେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସ ହାତ ଛାଡି ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ଯୋଗ ଦେଇପାରନ୍ତି । ଏଥିପାଇଁ ଗୁଜରାଟ ଟାଇଟନ୍ସକୁ ମୋଟା ଅଙ୍କର ଟଙ୍କା ମୁମ୍ବାଇ ଇଣ୍ଡିଆନ୍ସ ଦେଇପାରେ ।

ଖବର ମୁତାବକ, ୩୦ ବର୍ଷୀୟ ହାର୍ଦ୍ଦିକ ଗୁଜରାଟ ଟାଇଟାନ୍ସ ଛାଡି ପୁଣି ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେବେ ବୋଲି ଆଶଙ୍କା କରାଯାଉଛି । ତେବେ ଚର୍ଚ୍ଚା ଅନୁଯାୟୀ, ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ ହାର୍ଦ୍ଦିକ ପାଣ୍ଡ୍ୟା ପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ରହିଛି । ଆଉ ଗୁଜରାଟ ଟାଇଟନ୍ସ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଳଦରେ ପଇସା ନେବାକୁ ନିଷ୍ପତ୍ତି ନେଇଛି । ଏହାକୁ ନେଇ ଅଫିସିଆଲ ଘୋଷଣା ହୋଇନାହିଁ, କିନ୍ତୁ ଡିଲ୍‌ ସତ ହୋଇଥିଲେ ଗୁଜରାଟ ୧୫ କୋଟି ଟଙ୍କା ନେଇ ୨୦୨୪ ନିଲାମ କରିପାରେ ।

ଯଦି ମୁମ୍ବାଇ ଏବଂ ଗୁଜରାଟ ଫ୍ରାଞ୍ଚାଇଜ ମଧ୍ୟରେ ଏହି ଟ୍ରେଡ ହୋଇଥାଏ, ତେବେ ଏହା ଆଇପିଏଲ ଇତିହାସର ସବୁଠୁ ବଡ ପ୍ଲେୟାର ଟ୍ରେଡ ହେବ । ଗତ ନିଲାମୀ ପରେ ମୁମ୍ବାଇ ପାଖରେ ୦.୦୫ କୋଟି ଟଙ୍କା ରହିଛି । ଯଦି ଟିମ ହାର୍ଦ୍ଦିକଙ୍କୁ କିଣେ, ତେବେ ଅନେକ ଖେଳାଳିଙ୍କୁ ବାଦ୍‌ ଦେବାକୁ ହେବ ।

ଗୁଜରାଟ ଟାଇଟାନ୍ସରେ ଯୋଗଦେବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଏହି ନୂତନ ଦଳର ଅଧିନାୟକ ହୋଇଥିଲେ । ତେବେ ତାଙ୍କ ନେତୃତ୍ୱରେ ଗୁଜରାଟ କ୍ରମାଗତ ଦୁଇଥର ଟି -୨୦ ଲିଗର ଫାଇନାଲକୁ ମଧ୍ୟ ଯାଇଛି । ୨୦୨୨ରେ ଗୁଜରାଟକୁ ଟାଇଟଲ ଜିତାଇଥିବା ବେଳେ ୨୦୨୩ରେ ଫାଇନାଲରେ ପହଞ୍ଚିଥିଲା ଟିମ୍‌ । ଆସନ୍ତାକାଲି ଅପରାହ୍ନ ୪ଟାରେ ଟିମ୍‌ ନିଜର ରିଟେନସନ ଲିଷ୍ଟ ଜାରି କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.