ଓମିକ୍ରନ ବଢିଲେ ବଦଳି ପାରେ ସ୍କୁଲ୍ ଖୋଲିବା ନିଷ୍ପତ୍ତି: DMET ରମାରମଣ ମହାନ୍ତି

ଭୁବନେଶ୍ବର(କେନ୍ଯୁଜ୍): ବଦଳିପାରେ ଜାନୁଆରି ୩ ତାରିଖରୁ ରାଜ୍ୟରେ ପ୍ରାଥମିକ ସ୍କୁଲ୍ ଖୋଲିବା ନିଷ୍ପତ୍ତି। ରାଜ୍ୟରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତିରେ ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ଦେଇଛନ୍ତି DMET ରମାରମଣ ମହାନ୍ତି। ରାଜ୍ୟ ସରକାର ଠିକ୍ ସମୟରେ ନିଷ୍ପତ୍ତି ନେବେ।
ଜାନୁଆରି ୩ରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲାଯିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଥିଲେ। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍କୁ ନେଇ ଚିନ୍ତା ବଢ଼ିଛି ।