Below header

ଆସନ୍ତା ୪ରେ ଚୂଡ଼ାନ୍ତ ରାୟ ଶୁଣାଇବେ ଜିଲ୍ଲା କୋର୍ଟ, ବର୍ଷ ୨୦୨୨ ତପସ୍ୱିନୀଙ୍କ ପାଇଁ ଆଣିବ କି ନୂଆ ସମ୍ଭାବନା ?

ଭୁବନେଶ୍ବର(କେନ୍ଯୁଜ୍): ନୂଆ ବର୍ଷ ୨୦୨୨ ତପସ୍ୱିନୀଙ୍କ ପାଇଁ ଆଣିବ କି ନୂଆ ସମ୍ଭାବନା। ପୂରଣ ହେବ କି ତାଙ୍କର ସ୍ୱପ୍ନ । ଶ୍ୱଶୁର ଘର ଏରୁଣ୍ଡି ବନ୍ଧ ଡେଇଁ ସୁମିତଙ୍କ ହାତ ଧରି ଘରେ ପ୍ରବେଶ କରିପାରିବେ କି ତପସ୍ୱିନୀ। ଏପରି ଅନେକ ପ୍ରଶ୍ନ ଭିତରେ ଛନ୍ଦି ହୋଇ ସୁମିତଙ୍କ ଘର ବାରଣ୍ଡାରେ ଧାରଣାରେ ବସିରହିଛନ୍ତି । ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀଙ୍କ ପାରିବାରିକ ବିବାଦକୁ ୧ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପୂର୍ଣ୍ଣଛେଦ ପଡିବାର ନାଁ ନେଉନି। ନଭେମ୍ବର ୨୨ରୁ ଧାରଣାରେ ବସିରହିଛନ୍ତି ତପସ୍ୱିନୀ।

ଦିନକୁ ଦିନ ଜଟିଳ ହେବାରେ ଲାଗିଛି ବିବାଦ । କେଉଁଠି ରହିବେ ତପସ୍ୱିନୀ ଆସନ୍ତା ୪ ତାରିଖରେ ରାୟ ଶୁଣାଇବେ ଗଞ୍ଜାମ ଜିଲ୍ଲା ଦୌରା ଜଜ୍‌ କୋର୍ଟ । ତାକୁ ନେଇ ଆରମ୍ଭ ହୋଇୟାଇଛି କଳ୍ପନାଜଳ୍ପନା। ଏତେ ସବୁ ଘଟଣା ଘଟି ଯାଉଥିଲେ ମଧ୍ୟ ସୁମିତ ଓ ତାଙ୍କ ବାପା ଗଣମାଧ୍ୟମ ଆଗରେ କାହିଁକି ନିଜର ଉତ୍ତର ରଖୁନାହାଁନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.