Below header

ଓଡ଼ିଶାରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ କୁ ବୃଦ୍ଧି

ଭୁବନେଶ୍ବର(କେନ୍ଯୁଜ୍): ଓଡ଼ିଶାରେ ମାଡୁଛି ଓମିକ୍ରନ୍‌ । ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ଏଥିସହ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ଜିନମ୍‌ ସିକ୍ୱେନ୍ସିଂ ପରେ ଜଣଙ୍କ ଠାରେ ଓମିକ୍ରନ୍‌ ଭୂତାଣୁ ଥିବା ଜଣାପଡ଼ିଛି । ଆକ୍ରାନ୍ତ ଜଣକ ୟୁଏଇରୁ ଫେରିଥିଲେ । ତାଙ୍କ ବୟସ ୩୧ ବର୍ଷ ହେବ ବୋଲି କୁହାଯାଉଛି । ସେ ଦୁବାଇରୁ କୋଲକାତା ଆସିଥିଲେ । ସେଠାରୁ ଟ୍ରେନ ଯୋଗେ କେନ୍ଦୁଝର ବଡ଼ବିଲ ଆସିଥିଲେ ।

ସେ କେନ୍ଦୁଝରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ବ୍ୟକ୍ତି ଜଣଙ୍କ ଆସିବା ବେଳେ କରୋନା ନେଗେଟିଭ ଥିଲେ, ଘରେ ପହଞ୍ଚିବାର ଦିନକ ପରେ ତାଙ୍କୁ ଜ୍ୱର ହୋଇଥିଲା । ଟେଷ୍ଟ କରିବା ପରେ ଓମିକ୍ରନ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ତାଙ୍କ ବାପା ଓ ମା ଆସିଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.