Below header

ଭକ୍ଷକ ପାଲଟିଛି ରକ୍ଷକ, ମାଲିକ କଥାକୁ ମାନି ମାଛକୁ ଜଗିଛି ଆଜ୍ଞାଧିନ ବିରାଡ଼ି

କଥାରେ ଅଛି ରକ୍ଷକ ଯଦି ଭକ୍ଷକ ପାଲଟିଯାଏ, ତେବେ ସବୁ କଥା ସାରିଲା । କିନ୍ତୁ ଏଠି କଥାଟା ପୁରା ଓଲଟା ଦେଖୁନାହାନ୍ତି କିଭଳି ଭାବେ ଖାଦ୍ୟକୁ ଜଗି ବସିଛି ଖାଦକ । ଆଜି ମାଛ ବାର ଆଜ୍ଞା ଦୋକାନରେ ମାଛ ବି ରେଡି ହୋଇ ରଖାଯାଇଛି ବିକ୍ରି କରିବା ପାଇଁ । ହେଲେ କାଇଁ ଦୋକାନ ମାଲିକର ଦେଖା ନାହିଁ ତ ...। କିନ୍ତୁ ବିରାଡ଼ିଟି ଆଜି ଦୋକାନୀ ହୋଇ ଗ୍ରାହକ ଆସିବା ବାଟକୁ ଚାହିଁ ରହିଛି ବୋଧେ ।

କଥାରେ ଅଛି ରକ୍ଷକ ଯଦି ଭକ୍ଷକ ପାଲଟିଯାଏ, ତେବେ ସବୁ କଥା ସାରିଲା । କିନ୍ତୁ ଏଠି କଥାଟା ପୁରା ଓଲଟା ଦେଖୁନାହାନ୍ତି କିଭଳି ଭାବେ ଖାଦ୍ୟକୁ ଜଗି ବସିଛି ଖାଦକ । ଆଜି ମାଛ ବାର ଆଜ୍ଞା ଦୋକାନରେ ମାଛ ବି ରେଡି ହୋଇ ରଖାଯାଇଛି ବିକ୍ରି କରିବା ପାଇଁ । କମ୍ପ୍ୟୁଟର ଦଣ୍ଡି ପାଲ ବି ଥୁଆ ହୋଇଛି ମାଛ ବିକ୍ରି ସମୟରେ ଓଜନ ମାପିବା ପାଇଁ । ହେଲେ କାଇଁ ଦୋକାନ ମାଲିକର ଦେଖା ନାହିଁ ତ …। କିନ୍ତୁ ବିରାଡ଼ିଟି ଆଜି ଦୋକାନୀ ହୋଇ ଗ୍ରାହକ ଆସିବା ବାଟକୁ ଚାହିଁ ରହିଛି ବୋଧେ ।

ଏହି ଦୃଶ୍ୟ ଦେଖି ସମସ୍ତେ ଖୁବ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବିରାଡ଼ି ପୁଣି ମାଛକୁ ଜଗି ବସିଛି ଏହା କିଭଳି ଭାବେ ସମ୍ଭବ । କାରଣ ଆପଣମାନେ ତ ଜାଣିଥିବେ ମାଛ ବିଲେଇର କେତେ ପ୍ରିୟ । କିନ୍ତୁ ଏହି ବିଲେଇଟିକୁ ଥରେ ଦେଖନ୍ତୁ ମାଛ ଖାଇବା ତ ଦୂର କଥା ସେ ମାଛ ପାଖକୁ ବି ଯାଉନାହିଁ ଓଲଟା ଜଗି ବସିଛି ମାଛଗୁଡିକୁ । ଏହି ବିଲେଇଟି ମାଲିକର କଥା ଅକ୍ଷରେ ଅକ୍ଷରେ ପାଳନ କରୁଛି । ଯାହା କୁହନ୍ତୁ ସତରେ ଏ ଦୃଶ୍ୟକୁ ଦେଖିଲେ ଜଣାପଡୁଛି ଏହି ବିରାଡ଼ି କେତେ ସରଳ ବିଶ୍ୱାସୀ ଓ ସଚ୍ଚୋଟ ।

ତେବେ ଏହା ହେଉଛି କୋଣାର୍କ ନିକଟସ୍ଥ କୁରୁଜଙ୍ଗ ଛକ ନିକଟରେ ଥିବା ଏକ ମାଛ ଦୋକାନର ଦୃଶ୍ୟ ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ବିଲେଇଟି ମାଲିକ କଥାରେ ଜଗିକି ବସିଛି ମାଛଗୁଡ଼ିକୁ, ମାଲିକ ନ ଆସିବା ପର୍ଯ୍ୟନ୍ତ ମାଛକୁ ଜଗିଛି ଏହି ଆଜ୍ଞାଧିନ ବିରାଡ଼ି । ଏହି ଦେଖୁ ନାହାଁନ୍ତି ମାଲିକ ବୋଧେ କୁଆଡେ ଯାଇଥିଲେ ଏହି ତ ଆସିଲେଣି, ମାଲିକ ଆସିବା ମାତ୍ରେ ବିରାଡ଼ିଟି କିପରି ବସିବା ଜାଗାରୁ ଉଠି ମାଲିକ ବସିବା ପାଇଁ ଜାଗା ଛାଡ଼ିଦେଉଛି ।

ଧନ୍ୟରେ ଧନ୍ୟ ଆଜିକାଲି ବାପ କଥା ପୁଅ ମାନୁନି କିନ୍ତୁ ଏଠି ବିରାଡ଼ିଟି ମାଲିକକୁ ଏତେ ଯେ ଭୟ କରୁଛି ଯେ ମାଲିକ ଆସିବା କ୍ଷଣି ଉଠିଯାଇ ମାଲିକକୁ ବସିବା ପାଇଁ ସିଟ ଛାଡିଦେଉଛି । ଏହା ପରେ ମାଲିକ କୋଳରେ ବସି କେତେ ସ୍ନେହରେ ଗେଲ ହେଉଛି ବିଲେଇଟି । ମାଲିକର ସ୍ନେହ ଶ୍ରଦ୍ଧା ଆଗରେ ଫିକା ପଡିଛି ବିଲେଇର ପେଟର ଭୋକ । ଏହି ଦୃଶ୍ୟ ଖୁବ ନିଆରା ମାଲିକର ସ୍ନେହ ଶ୍ରଦ୍ଧା ଓ ଭଲ ପାଇବା ଆଗରେ ଆଜି ଭକ୍ଷକ ପାଲଟିଛି ରକ୍ଷକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.