ତ୍ରିପୁରାରେ ଆରମ୍ଭ ହେଲା ଉତ୍ତରପୂର୍ବ କ୍ଷେତ୍ରର ପ୍ରଥମ ରାଜ୍ୟ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌, ଅତିଥି ଭାବେ ଯୋଗ ଦେଲେ SRFTIର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ

ଉତ୍ତରପୂର୍ବ କ୍ଷେତ୍ରର ପ୍ରଥମ ରାଜ୍ୟ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ ତ୍ରିପୁରାରେ ଆରମ୍ଭ । ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା କୋଲକାତାର ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟର ନଜରୁଲ କଳାକ୍ଷେତ୍ର କମ୍ପ୍ଲେକ୍ସରେ ତ୍ରିପୁରା ଫିଲ୍ମ ଆଣ୍ଡ୍‌ ଟେଲିଭିଜନ ଇନଷ୍ଟିଚ୍ୟୁଟକୁ ଉଦ୍‌ଘାଟନ କରିଛନ୍ତି ।

କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ SRFTIର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ଏବଂ ବାଂଲାଦେଶର ଲୋକପ୍ରିୟ ଅଭିନେତା ଫେର୍ଡସ୍‌ ଅହମ୍ମଦ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମାଣିକ ସାହା କହିଛନ୍ତି, ଉତ୍ତରପୂର୍ବ କ୍ଷେତ୍ରରେ ଫିଲ୍ମ ଏବଂ ଭିଡିଓ ପ୍ରଡକସନ୍‌ ପାଇଁ ବିପୁଳ କ୍ଷମତା ରହିଛି । ହେଲେ ସୃଜନଶୀଳତା ଶିକ୍ଷା ଲାଭ ପାଇଁ ଭଲ ଇନଷ୍ଟିଚ୍ୟୁଟ ନଥିଲା ।

ଆଗାମୀ ପ୍ରତିଭାଙ୍କୁ ପ୍ରସ୍ତୁତ କରିବା ପାଇଁ ତ୍ରିପୁରା ସରକାରଙ୍କୁ TFTI ଆରମ୍ଭ କରିବାକୁ ପ୍ରେରିତ କରିଛି । SRFTIର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ କହିଛନ୍ତି, TFTI ବର୍ତ୍ତମାନ ଫିଲ୍ମ ଆପ୍ରିସିଏସନ୍‌, ପ୍ରଡକସନ୍‌ ମ୍ୟାନେଜମେଣ୍ଟ, ନ୍ୟୁଜ୍‌ ରିଡିଂ ଏବଂ ଆଙ୍କରିଙ୍ଗ ଆଦି ରହିଛି । ପରବର୍ତ୍ତୀ ପର୍ଯ୍ୟାୟରେ ସୁଟିଂ ଏବଂ ଏଡିଟିଂ ଆରମ୍ଭ ହେବ ବୋଲି କହିଛନ୍ତି ହିମାଂଶୁ ଖଟୁଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.