Below header

ଚଳିତ ବର୍ଷର ପ୍ରଥମ ବାତ୍ୟା, ଆସନ୍ତା ୧୬ରେ ବାତ୍ୟା ସୃଷ୍ଟି ହେବା ନେଇ ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ୍‌) : ଆରବ ସାଗରରେ ୨୦୨୧ର ପ୍ରଥମ ବାତ୍ୟା ଅନୁମାନ। ଆସନ୍ତା ୧୬ରେ ବାତ୍ୟା ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ୧୪ ତାରିଖରେ ଦକ୍ଷିଣ-ପୂର୍ବ ଆରବ ସାଗରରେ ଗୋଟିଏ ଲଘୁଚାପ ବଳୟ ସୃଷ୍ଟି ହେବ । ପରେ ଅଧିକ ଘନୀଭୂତ ହୋଇ ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବ ଲଘୁଚାପ । କିନ୍ତୁ କେଉଁ ଉପକୂଳ ଅତିକ୍ରମ କରିବ ତାହା ସ୍ପଷ୍ଟ ହୋଇ ନାହିଁ। ଆମେରିକା ପାଣିପାଗ ବିଜ୍ଞାନୀ ଜାସନ ନିକ୍‌ହୋଲ୍‌ସ କହିଛନ୍ତି, ଆରବ ସାଗରର ଦକ୍ଷିଣ ଉପକୂଳ, ଓମାନ ଓ ପାକିସ୍ତାନ ଉପରେ ନଜର ରଖିବାକୁ ପଡିବ।

ସେପଟେ ଆଇଏମ୍‌ଡି ଡିଜି କହିଛନ୍ତି, ଲଘୁଚାପ ଅବପାତର ରୂପ ନେବା ପରେ ଏହା କେଉଁ ଉପକୂଳ ଅତିକ୍ରମ କରିବ ତାହା କହିହେବ। ବର୍ତ୍ତମାନ ଲକ୍ଷାଦ୍ୱୀପ, କେରଳ, ଗୋଆ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଉପକୂଳରେ ପବନଗର ବେଗ ବଢିବା ସହ ବଡ଼ ଢେଉ ଆସିବା ନେଇ ସତର୍କ ସୂଚନା ଜାରି ହୋଇଛି। ମ୍ୟାନମାର ଅନୁସାରେ ଏହାର ନାମକରଣ ତାଉକ୍ତାଏ ରଖାଯାଇଛି। ସେପଟେ ରାଜ୍ୟରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷାକୁ ନେଇ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। ୨ ଦିନ ପରେ ତାପମାତ୍ରା ପୁଣି ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.