ଅନଲାଇନ ଅଭିଯୋଗ ନେଇ ଗଞ୍ଜାମ ଜିଲ୍ଲାପାଳ ଜାରି କଲେ ହ୍ବାର୍ଟସଆପ ନମ୍ବର, କଲେକ୍ଟର ଅଫିସକୁ ଆସିବାର ଆବଶ୍ୟକତା ନାହିଁ

କେନ୍ୟୁଜ୍ (ବ୍ୟୁରୋ):ଗଞ୍ଜାମ ଜିଲ୍ଲାପାଳଙ୍କ  ଅଭିନବ ପ୍ରୟାସ। ଏଣିକି କୌଣସି ଅଭିଯୋଗ କରିବାକୁ ଆଉ ଜିଲ୍ଲାପାଳଙ୍କ ଦପ୍ତରକୁ ଦୈଡିବାକୁ ପଡିବନି। ଏଥିପାଇଁ ଜାରି ହୋଇଛି ଏକ ହ୍ବାର୍ଟସଆପ ନମ୍ବର। ଯେଉଁଥିରେ ଲୋକେ ନିଜର ଅଭିଯୋଗ  ପଠାଇପାରିବେ କିମ୍ବା କଲ କରି ଅଭିଯୋଗ ସମ୍ପର୍କରେ ଜଣାଇପାରିବେ।

ଟିଟ୍ବି କରି ଜିଲ୍ଲାପାଳ କହିଛନ୍ତି ଯେ ବର୍ତ୍ତମାନ ଯଦି ଆପଣଙ୍କର କିଛି ଅଭିଯୋଗ ଅଛି, ତେବେ କଲେକ୍ଟର ଅଫିସକୁ ଆସିବାର ଆବଶ୍ୟକତା ନାହିଁ। ଜାରି ହୋଇଥିବା ହ୍ବାର୍ଟସଆପ ନମ୍ବର ମାଧ୍ୟମରେ ଆପଣଙ୍କର ଅଭିଯୋଗ ପଠାନ୍ତୁ । ଆପଣ ଏହି ନମ୍ବରକୁ ମଧ୍ୟ ସକାଳ ୧୦.୩୦ରୁ ୫ଟା ମଧ୍ୟରେ କଲ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.