Below header

ଇଣ୍ଡିଗୋର ୪ ଟି ବିମାନରୁ ବାହାରିଲେ ୧୨ ଜଣ କରୋନା ପଜେଟିଭ୍‌

ନୂଆଦିଲ୍ଲୀ : ଇଣ୍ଡିଗୋର ୪ଟି ଅଲଗା ଅଲଗା ବିମାନରୁ ୧୨ ଜଣ କରୋନା ପଜେଟିଭ୍‌ ଯାତ୍ରୀ ମିଳିଛନ୍ତି । ଇଣ୍ଡିଗୋ ଏୟାରଲାଇନ୍‌ ଗୁରୁବାର ଏହି କଥା ପ୍ରକାଶ କରିଛନ୍ତି ।

ମଙ୍ଗଳବାର ଦିଲ୍ଲୀ ରୁ ଜମ୍ମୁ ଯାଇଥିବା ବିମାନରେ ୩ ଜଣ କରୋନା ପଜେଟିଭ୍‌ ରୋଗୀ ମିଳିଥିବା ବେଳେ ବୁଧବାର ଦିଲ୍ଲୀ ରୁ କୋୟମ୍ବାଟୁର ଯାଇଥିବା ବିମାନରୁ ୬ ଯାତ୍ରୀ କରୋନା ପଜେଟିଭ ମିଳିଥିବା ଜଣାଯାଇଛି ।

spicejet-1200-2

ସେହିପରି ବୁଧବାର ବାଙ୍ଗାଲୋର ରୁ ମଦୁରାଇ ଯାଇଥିବା ବିମାନରୁ ଜଣେ ଯାତ୍ରୀ କରୋନା ପଜେଟିଭ୍‌ ମିଳିଛନ୍ତି । ଯାତ୍ରୀମାନେ ଫେସ୍‌ ମାସ୍କ ସହ ସମସ୍ତ ପ୍ରତିଶେଧକ ବ୍ୟବସ୍ଥା ଗ୍ରହଣ କରିଥିଲେ ମଧ୍ୟ ଏତେ ଜଣ କରୋନା ପଜେଟଭ ରୋଗୀ ବାହାରିଥିବାରୁ ପ୍ରଶାସନ୍‌ର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଛି ।

ସ୍ପାଇସ୍‌ ଜେଟ୍‌ ବିମାନରୁ ମଧ୍ୟ ଦୁଇ ଜଣ କରୋନା ପଜେଟିଭ ମିଳିଛନ୍ତି । ଅହମ୍ମଦାବାଦରୁ ଭାୟା ଦିଲ୍ଲୀ ଦେି ଗ୍ଵାହାଟି ଯାଇଥିବା ବିମାନରୁ ଦୁଇ ଜଣ ଯାତ୍ରୀ କରୋନା ପଜେଟିଭ ମିଳିଛନ୍ତି । ଦୁଇ ମାସ ପରେ ୨୫ ମଇରୁ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.