ଯାଜପୁର: ଆଜି ଚିହ୍ନଟ ହେଲେ ୧୧, ସୁସ୍ଥ ହେଲେ ୨୫, ଜିଲ୍ଲାରେ ମୋଟ ୧୫୧ ଜଣ ସୁସ୍ଥ

ଯାଜପୁର ଟାଉନ(କେନ୍ୟୁଜ୍):  ଯାଜପୁର ଜିଲ୍ଲାରେ ଆଜି ପୂର୍ବାହ୍ନରେ ୧୧ ଜଣ ପିଜେଟିଭ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ୨୫ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଜିଲ୍ଲାରେ ମୋଟ ୨୫୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ଯାଏଁ ୧୫୧ ଜଣ ସୁସ୍ଥ ହୋଇଥିବା ବେଳେ ୧୦୨ ଜଣ ଡୁବୁରୀ ସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଜି ଚିହ୍ନଟ ୧୧ ଜଣଙ୍କ ମଧ୍ୟରୁ ଦଶରଥପୁର ବ୍ଲକରୁ ୨ ମହିଳା ସମେତ ୮ ଜଣ କଲିକତା ଫେରନ୍ତା ବୋଲି ଜଣାପଡିଛି । ସେହିପରି ବଡ଼ଚଣା ବ୍ଲକରୁ ଜଣେ ମହିଳା ଓ ଜଣେ ପୁରୁଷ ଚିହ୍ନଟ ହୋଇଛନ୍ତି । ଦୁହେଁ ଆହମ୍ମଦାବାଦ ଫେରନ୍ତା ହୋଇଥିବା ବେଳେ ବରୀ ବ୍ଲକରୁ ଚିହ୍ନଟ ଜଣେ  ଆନ୍ଧ୍ରପ୍ରଦେଶ ଫେରନ୍ତା ବୋଲି ଜଣାଯାଇଛି । ସୁସ୍ଥ ୨୫ ଜଣଙ୍କ ମଧ୍ୟରୁ ବରୀ ବ୍ଲକରୁ ସର୍ବାଧିକ ୪ ମହିଳା ସମେତ ୧୧ ଜଣଥିବା ବେଳେ ବଡ଼ଚଣାରୁ ୪,କୋରେଇରୁ ୩, ଯାଜପୁର ବ୍ଲକରୁ ୪ ଓ ଦଶରଥପୁର ବ୍ଲକରୁ ଜଣେ ସୁସ୍ଥ ହୋଇଛନ୍ତି ।

ଅପରାହ୍ନରେ  ରାଜ୍ଯରେ ଆଉ ୭୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ଭିତରେ ଯାଜପୁରରୁ ୨୫ଜଣ,ଗଞ୍ଜାମରୁ ୧୯ଜଣ, କଟକରୁ ୯ଜଣ, ପୁରୀରୁ ୮ଜଣ, ନୟାଗଡରୁ ୩ଜଣ, କେନ୍ଦ୍ରାପଡାରୁ ୩ଜଣ, କନ୍ଧମାଳ ଓ ବଲାଙ୍ଗୀରରୁ ୨ଜଣ ଲେଖାଏଁ ଏବଂ କେନ୍ଦୁଝର, ବୌଦ୍ଧ,ସମ୍ବଲପୁର ଏବଂ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଅଛନ୍ତି ।

ସୂଚନା ଥାଉକି, ଆଜି ପୁଣି ୬୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦କୁ ବୃଦ୍ଧି ପାଇଛି । ଏବାବଦରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂଆ ୬୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୬୫ ଜଣ କ୍ଵାରିଣ୍ଟିଂନ ସେଣ୍ଟରରେ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.