Below header

ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର, ଏବେବି ଅଛନ୍ତି ଆଇସିୟୁରେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ତଥାପି ତାଙ୍କୁ ଆଇସିୟୁରେ ରଖା ଯାଇଛି । ଏ ସମ୍ପର୍କରେ ତାଙ୍କ ପରିବାର ତରଫରୁ ସୂଚନା ମିଳିଛି ।
ହୃଦ୍‌ଘାତର ଶିକାର ହୋଇଥିବା ଏହି ୭୦ ବର୍ଷ ବୟସ୍କ ଓଲିଉଡ୍ କଳାକାରଙ୍କୁ ନେଇ ସିନେ ଦୁନିଆରେ ସମସ୍ତେ ଚିନ୍ତିତ ଅଛନ୍ତି । ତାଙ୍କ ଫ୍ୟାନ୍‌ମାନେ ମଧ୍ୟ ଉତ୍କଣ୍ଠାର ସହ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ସୂଚନା ପାଇବାକୁ ଚାହିଁ ବସିଛନ୍ତି । ଅନେକ ପ୍ରଶଂସକ ତାଙ୍କ ସୁସ୍ଥତା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ତେବେ ଯାହା ସୂଚନା ମିଳିଛି ବିଜୟ ମହାନ୍ତି ପୂର୍ବାପେକ୍ଷ ସୁସ୍ଥ ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.