Below header

କାଳ ସାଜିଲା ବଜ୍ରପାତ, ରାଜ୍ୟରେ ବଜ୍ରପାତରେ ଚାଲିଗଲା ୪ ଜଣଙ୍କ ଜୀବନ

କେନ୍ୟୁଜ୍ (ବ୍ୟୁରୋ): ପ୍ରାଣ ନେଲା ବଜ୍ରପାତ। କାଳ ବୈଶାଖୀ ପ୍ରଭାବରେ ବଜ୍ରପାତ କାରଣରୁ ଚାଲି ଯାଇଛି ୪ ଜଣଙ୍କ ଜୀବନ। ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଟେଣ୍ଡ୍ରା ଗାଁରେ ଧାନ ବିଲରେ କାମ କରୁଥିବା ବେଳେ, ବଜ୍ରାଘାତରେ ଜଣେ ନାବାଳିକାର ମୃତ୍ୟୁ ହୋଇଛି। ଜାମଦା ପୋଲିସ ମୃତଦେହକୁ ଜବତ କରି ତଦନ୍ତ କରୁଛି। ସେହିପରି ବାଲେଶ୍ୱର ଜିଲ୍ଲା ବାଲିଆପାଳରେ  ଆଜି ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। କେନ୍ଦୁଡ଼ିହା ଗାଁରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ପଶ୍ଚିମବଙ୍ଗ କୁଳଡିହା ଅଞ୍ଚଳର ଉପେନ୍ଦ୍ର ସିଂ।

ସେହିଭଳି ଭୋଗରାଇ ବ୍ଲକର ବଡ଼ପାହି ଗାଁର ଅନ୍ନପୂର୍ଣ୍ଣା ରଣାଙ୍କ ଜୀବନ ଯାଇଛି। ସେହିପରି  ଗଞ୍ଜାମ ଭଞ୍ଜନଗର ଥାନା ବଡ଼ କୋଦଣ୍ଡା ଗାଁରେ ତ୍ରିନାଥ ଦାସ ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ତାଙ୍କୁ ପ୍ରଥମେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.