Below header

ଶିଳ୍ପ ତାଲିମ ଅନୁଷ୍ଠାନର ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ନବରଙ୍ଗପୁର ଜିଲ୍ଲା ଉମରକୋଟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।ଛାତ୍ରୀ ଜଣଙ୍କ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ତାହା ଜଣା ପଡିନାହିଁ।

ଉମରକୋଟ (କେନ୍ୟୁଜ): ନବରଙ୍ଗପୁର ଜିଲ୍ଲା ଉମରକୋଟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଛାତ୍ରୀ ଜଣକ ତାଲିମ କେନ୍ଦ୍ରରେ (RAC) ଫ୍ରିଜ୍ ଓ ଶୀତ ତାପ ନିୟନ୍ତ୍ରଣ ବିଭାଗର ଦ୍ଵିତୀୟ ବର୍ଷରେ ଅଧ୍ୟୟନ କରୁଥିଲେ । ମୃତ ଛାତ୍ରୀଙ୍କ ନାମ ନାଗେଶ୍ଵରୀ ଗଣ୍ଡ । ଛାତ୍ରୀ ଜଣଙ୍କ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଲେଭାଟା ଗ୍ରାମର । ସେ ହଷ୍ଟେଲର ରୁମ୍ ନମ୍ବର -୨ରେ ରହୁଥିଲେ । ଛାତ୍ରୀଙ୍କ ସହ ଆଉ ଦୁଇ ଜଣ ବି ରହୁଥିଲେ ।

ତେବେ ଅନ୍ୟ ଦୁଇ ଛାତ୍ରୀ ଗତ ରାତିରେ ପାଠ ପଢ଼ିବା ପାଇଁ ଅନ୍ୟ ଛାତ୍ରୀଙ୍କ ପାଖକୁ ଯାଇଥିଲେ । ତେବେ ଛାତ୍ରୀ ଜଣଙ୍କ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ତାହା ଜଣା ପଡିନାହିଁ। ଛାତ୍ରୀ ଜଣଙ୍କ କାହିଁକି ଆତ୍ମହତ୍ୟା କରିଛନ୍ତି ସେହି ସମ୍ପର୍କରେ ହଷ୍ଟେଲ ସୁପରିଟେଡେଣ୍ଟ କିମ୍ବା ଅଧ୍ୟକ୍ଷ କିଛି ସ୍ୱଷ୍ଟ ଭାବରେ କହି ପାରୁନାହାଁନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.