କାଗଜ ନୋଟ୍‌ କେଉଁଥିରେ ତିଆରି?

କାଗଜ ନୁହେଁ ବରଂ କପା ରୁ ତିଆରି ହୋଇଥାଏ ଭାରତୀୟ ନୋଟ୍‌। ଅଧିକାଂଶ ଲୋକଙ୍କୁ ଏହା ଲାଗିଥାଏ ଯେ ଏହି ସବୁ ନୋଟ୍ କାଗଜରେ ତିଆରି ହୋଇଥାଏ କିନ୍ତୁ ଏହା ବିଲକୁଲ ବି ସତ ନୁହେଁ। ନୋଟ୍ ବନାଇବା ପାଇଁ କାଗଜ ନୁହେଁ ବରଂ କପା ତୁଳା ବ୍ୟବହାର କରାଯାଏ।

ଆପଣଙ୍କ ମନରେ କେବେ ଏମିତି ଭାବନା ଆସିଛି ଯେ ଟଙ୍କା କେଉଁଥିରେ ତିଆରି। ଯଦି କାଗଜ ତିଆରି ତେବେ ତାହା ଭିଜିଗଲା ପରେ ବି ପୁନର୍ବାର କେମିତି ବ୍ୟବହାର ହୋଇପାରୁଛି। ଆଜି ଆମେ ଆପଣଙ୍କୁ ଜଣାଇବୁ ନୋଟ୍‌ କେଉଁଥିରେ ତିଆରି । କିନ୍ତୁ ତାପୂର୍ବରୁ ଜଣାଇବାକୁ ଚାହିଁବୁ ଯେ ଆପଣଙ୍କ ପର୍ସରେ ଥିବା ଟଙ୍କା କାଗଜରେ ତିଆରି ବୋଲି ଆପଣ ଜମା ବି ଭାବନ୍ତୁ ନାହିଁ।

ଭାରତ ଏବେ ଖୁବ ଶୀଘ୍ର ଡିଜିଟାଇଜେସନ ଆଡକୁ ଅଗ୍ରଗତି କରୁଛି। ଏମିିତିରେ ଲୋକମାନେ କରେନ୍ସି କୁ କମ ବ୍ୟବହାର କରି ଡିଜିଟାଲ ପେମେଣ୍ଟ ଅଧିକ କରୁଛନ୍ତି। ଏହାପରେ ବି ଅନେକ ସ୍ଥାନରେ କ୍ୟାସ ର ଆବଶ୍ୟକତା ପଡ଼ିଥାଏ। ତେବେ ଆମେ ଆଜି ଇଣ୍ଟିଆନ ନୋଟ୍‌ କୁ ନେଇ ଏକ ବଢ଼ିଆ ଖବର କହିବୁ। ଆପଣ ସମସ୍ତେ ଜାଣିଥିବେ ନୋଟ ଯଦି ପାଣିରେ ପଡ଼ିଯାଏ ତେବେ ଏହା ନଷ୍ଟ ହୋଇଯାଏ।, କିନ୍ତୁ ପୁରା ଖରାପ ହୋଇନଥାଏ। ତେଣୁ ଯେପରି ଟଙ୍କା କୁ ବ୍ୟବହାର କରାଯାଇପାରିବ ତେଣୁ ସମସ୍ତେ ଏହାକୁ ଶୁଖାଇବାରେ ଲାଗିପଡ଼ନ୍ତି। ଏମିତିରେ ଟଙ୍କା କାଗଜରେ ତିଆରି ବୋଲି ଅନେକ ଜାଣନ୍ତି। କିନ୍ତୁ ଏହା ଆପଣଙ୍କର ଏକ ଭୁଲ ଧାରଣା। ଆଜ୍ଞା ହଁ, ନୋଟ୍‌ ପ୍ରକୃତରେ କାଗଜରେ ନୁହେଁ ବରଂ ଅନ୍ୟ ଧାତୁରେ ତିଆରି ହୋଇଥାଏ।

ଆମ ଭିତରୁ ଅଧିକାଂଶ ଲୋକଙ୍କୁ ଏହା ଲାଗିଥାଏ ଯେ ଏହି ସବୁ ନୋଟ୍ କାଗଜରେ ତିଆରି ହୋଇଥାଏ କିନ୍ତୁ ଏହା ବିଲକୁଲ ବି ସତ ନୁହେଁ। ନୋଟ୍ ବନାଇବା ପାଇଁ କାଗଜ ନୁହେଁ ବରଂ କପା ତୁଳା ବ୍ୟବହାର କରାଯାଏ। ନୋଟକୁ କାଗଜରେ ଏଥିପାଇଁ ତିଆରି କରାଯାଏ ନାହିଁ କାରଣ କାଗଜ ନୋଟ୍‌ ଶୀଘ୍ର ନଷ୍ଟ ହୋଇଯିବ । ଏହା ଅଧିକ ଦିନ ଯିବ ନାହିଁ ଏବଂ ଜଲଦି ଫାଟି ଯିବ କିମ୍ବାଚିରି ଯିବ । କିନ୍ତୁ କପାରେ ତିଆରି ହୋଇଥିବା କାରଣରୁ ଏହାକୁ ବହୁତ ଦିନ ଧରି ବ୍ୟବହାର କରାଯାଇ ପାରୁଛି। ଏହି କାରଣରୁ ନୋଟ୍ ବନାଇବା ପାଇଁ ଶତ ପ୍ରତିଶତ କପା ହିଁ ବ୍ୟବହାର କରାଯାଇଥାଏ।

ବର୍ତ୍ତମାନ ସମୟରେ ୧୦,୨୦, ୫୦,୧୦୦,୫୦୦ ଓ ୨୦୦୦ ଟଙ୍କାର ନୋଟ ଚଳାଉଛନତ୍‌ି। ତେବେ ଏହାକୁ ତିଆରି କରିବା ପାଇଁ କାଗଜ ର ଆବଶ୍ୟକତା ନାହିଁ। ଯଦି ଏମିତି ହୁଅନ୍ତା ତେବେ ଅନ୍ୟ କାଗଜ ଭଳି ଭାରତୀୟ ନୋଟ ମଧ୍ୟ ପାାଣି ରେ ପଡ଼ି ନଷ୍ଟ ହୋଇଯାନ୍ତା। ଏହାକୁ ବ୍ୟବହାର କରିବା ଅସମ୍ଭବ ହୋଇଥାନ୍ତା। ଜାଣିରଖନ୍ତୁ ଯେ ଭାରତୀୟ କରେନ୍ସି ରିଜର୍ଭ ବ୍ୟାଙ୍କ ତରଫରୁ ଆସିଥାଏ। ଏହି କରେନ୍ସି କାଗଜ ବଦଳରେ କପାସରେ ତିଆରି ହୋଇଥାଏ ।

କଣ ଆପଣ ଜାଣନ୍ତି ଆମ ଦେଶରେ ନୋଟ ଜାରି କରିବାର ଅଧିକାର କେବଳ ଆରବିଆଇ ବା ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ରହିଛି। ଆରବିଆଇକୁ ଏହି ଅଧିକାର ଅଧିନିୟମ ଧାରା ୨୨ ଅନୁଯାୟୀ ମିଳିଛି। ଭାରତରେ ତିଆରି ହେଉଥିବା ନୋଟରେ ସିକ୍ୟୁରିଟୀ ଫିଚର ଦିଆଯାଇଛି। ଠକାମୀ ଏବଂ ନକଲି ନୋଟ ଉପରେ ଲଗାମ ଲଗାଇବା ପାଇଁ ଏଥିରେ ସିକ୍ୟୁରିଟି ଫିଚର ରହିଛି। ଏହି କାରଣରୁ ମଝିରେ ମଝିରେ ଭାରତୀୟ ନୋଟରେ ପରିବର୍ତ୍ତନ କରାଯାଉଛି।

ଦର୍ଶକବନ୍ଧୁ ପ୍ରକୃତରେ କାଗଜ ଅପକ୍ଷୋ କପାସରେ ତିଆରି ହୋଇଥିବା ନୋଟ ଅଧିକ ସୁରକ୍ଷିତ ଥାଏ। ଆରବିଆଇର ଅଫିସିଆଲ େଓ୍ଵବସାଇଟରେ ମିଳିଥିବା ସୂଚନା ଅନୁସାରେ ନୋଟ ତିଆରି ପାଇଁ ୧୦୦% କପାସର ବ୍ୟବହାର କରାଯାଏ। କପାସ ରେ ତିଆରି ହୋଇଥିବା ନୋଟ କାଗଜ ତୁଳନାରେ ବେଶି ମଜବୁତ ହୋଇଥାଏ। ଭାରତ ବ୍ୟତିତ ଅନ୍ୟ ଦେଶରେ ମଧ୍ୟ ନୋଟ୍‌ କୁ ତିଆରି କରିବା ପାଇଁ କପାସର ବ୍ୟବହାର କରାଯାଏ। ଅନେକ ଲୋକଙ୍କୁ ଏହା ଲାଗେ ଯେ ନୋଟ କାଗଜରେ ତିଆରି କିନ୍ତୁ ଏହା ସମ୍ପୁର୍ଣ୍ଣ ଭୁଲ।

କାଗଜ ନୋଟ୍‌ କହୁଥିଲେ ବି ପ୍ରକୃତରେ ନୋଟ କପାସରେ ତିଆରି ହୋଇଥାଏ। ଆଉ ଏହାକୁ ତିଆରି କରିବାରେ ଲେନିନର ରହିଛି ମୁଖ୍ୟ ଭୂମିକା। କପାସରେ ଲେନିନ ନାମକ ଏକ ଫାଇବର ରହିଛି ଯାହା ହାଇଅର ଇସିର ସାହାଯ୍ୟରେ ନୋଟ ତିଆରି କରିଥାଏ। କପାସରେ ଥିବା ଲେନିନ ଓ ଗେଟଲିନ ସହିତ Adhesive Solution କୁ ମିଶାଯାଏ। ଏମିତିରେ ନୋଟ ବହୁତ ଦିନ ପଯ୍ୟର୍୍ୟନ୍ତ ଚାଲିଥାଏ। ନୋଟ ବନାଇବା ସମୟରେ ଅନେକ ସିକ୍ୟୁରିଟି ଫିଚର୍ସର ବ୍ୟବହାର କରାଯାଏ। ଯେପରି ଏହାର ଡ୍ୟୁପ୍ଳିକେଟ ନବାହାରି ପାରିବ। ଏହି ସିକ୍ୟୁରିଟି ଫିଚର୍ସ ରୁ ନୋଟ ଅସଲି କି ନକଲି ତାହା ଜଣାପଡ଼େ।

ଆଶା କରୁଛୁ ଭିଡିଓ ଦେଖିବା ପରେ ଆପଣମାନେ ଆମ ନୋଟ୍ ବିଷୟରେ ଥିବା ଭୁଲ ଧାରଣାକୁ ଦୂର କରି ପାରିବେ । ଆଉ ନୋଟ୍‌ ତିଆରି କେମିତି ହୁଏ ତାହା ବୁଝି ସାରିଥିବେ। ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ଯଦି ଆପଣଙ୍କୁ ଆମର ଏ ଭିଡିଓ ଭଲ ଲାଗିଛି ତାହେଲେ ଏହାକୁ ଅନ୍ୟ ମାନଙ୍କସହ ବି ସେୟାର କରନ୍ତୁ। ଆଉ ଆମ ଚ୍ୟାନେଲ କେନ୍ୟୁଜ୍‌କୁ ସବସ୍କ୍ରାଇବ୍ ଓ ଲାଇକ କରି ନାହାଁନ୍ତି ତାହେଲେ ଜଲଦି କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.