ଟେଷ୍ଟ କ୍ରିକେଟରେ ଇତିହାସ ରଚିଲେ ଅଶ୍ୱିନ, ଆଇସିସି ଟେଷ୍ଟ ରାଙ୍କିଂରେ ହାସଲ କଲେ୧ ନଂ ସ୍ଥାନ

କପିଲ ଦେବଙ୍କ ରେକର୍ଡ ଭାଙ୍ଗିଲେ ରବିଚନ୍ଦ୍ରନ ଅଶ୍ୱିନ । ଟେଷ୍ଟ କ୍ରିକେଟରେ କପିଲ ଦେବଙ୍କୁ ପଛରେ ପକାଇଲେ। ଏହାସହିତ ଆଇସିସି ଟେଷ୍ଟ ରାଙ୍କିଂରେ ୧ ନଂ ସ୍ଥାନରେ ରହିଛନ୍ତି । ଜେମ୍ସ ଆଣ୍ଡରସନକୁ ପଛରେ ପକାଇ ୧ନଂ ସ୍ଥାନ ହାସଲ କରିଛନ୍ତି ଅଶ୍ୱିନ ।

ଅଷ୍ଟ୍ରେଲିଆ ବିପକ୍ଷ ଇନ୍ଦୋରରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ରେକର୍ଡ କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ । ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କୁ ପଛରେ ପକାଇ ଟେଷ୍ଟ ବୋଲିଂ ରାଙ୍କିଂର ୧ନଂ ସ୍ଥାନରେ ପହଞ୍ଚିଛନ୍ତି ଅଶ୍ୱିନ । ଆଜି ଆଇସିସି ପକ୍ଷରୁ ଟେଷ୍ଟ ରାଙ୍କିଂରେ ଅଶ୍ୱିନ ୨ଟି ସ୍ଥାନ ଉପରକୁ ଉଠି ୧ନଂରେ ପହଞ୍ଚିଛନ୍ତି। ଏହାସହିତ କପିଲ ଦେବଙ୍କ ରେକର୍ଡକୁ ଭାଙ୍ଗିଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଅଶ୍ୱିନ ୬ଟି ୱିକେଟ ନେବା ସହ ଭାରତ ୬ ୱିକେଟରେ ମ୍ୟାଚ୍ ଜିତିଥିଲା। ଏହି ସଫଳତା ପରେ ଅଶ୍ୱିନ ରାଙ୍କିଂରେ ଫାଇଦା ହାସଲ କରିଛନ୍ତି। ତେବେ ଇନ୍ଦୋର ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଅଶ୍ୱିନ ୩ ଓ୍ଵିକେଟ ନେଇଛନ୍ତି ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଥିବା ଆଣ୍ଡରସନ ଗତ ସପ୍ତାହରେ ଆଇସିସି ଟେଷ୍ଟ ରାଙ୍କିଂର ୧ନଂ ସ୍ଥାନରେ ପହଞ୍ଚିଥିଲେ। ତେବେ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ୧ ରନରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିବାରୁ ଆଣ୍ଡରସନଙ୍କ ରାଙ୍କିଂ ମଧ୍ୟ ତଳକୁ ଖସିଛି । ଏବେ ସେ ୮୫୯ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ଇଣ୍ଟରନ୍ୟାସନାଲ କ୍ରିକେଟରେ ସବୁଠାରୁ ଅଧିକ ଓ୍ଵିକେଟ ନେଇଥିବା ଭାରତୀୟ ଖେଳାଳି :

ଅନୀଲ କୁମ୍ବଲେ : ୯୫୬
ହରଭଜନ ସିଂ : ୭୧୧
ରବିଚନ୍ଦ୍ରନ ଅଶ୍ୱିନ : ୬୮୯
କପିଲ ଦେବ : ୬୮୭

ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ଓ୍ଵିକେଟ ନେଇଥିବା ଖେଳାଳି :

ମୁଥୟା ମୁରଲୀଧରନ (ଶ୍ରୀଲଙ୍କା) : ୮୦୦
ସେନ ଓ୍ଵାର୍ଣ୍ଣ (ଅଷ୍ଟ୍ରେଲିଆ) : ୭୦୮
ଜେମ୍ସ ଆଣ୍ଡରସନ (ଇଂଲଣ୍ଡ ) : ୬୮୫
ଅନୀଲ କୁମ୍ବଲେ (ଭାରତ) : ୬୧୯
ଷ୍ଟୁଆର୍ଟ ବୋର୍ଡ : ୫୭୬
ରବିଚନ୍ଦ୍ରନ ଅଶ୍ୱିନ (ଭାରତ): ୪୬୬

ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ଓ୍ଵିକେଟ ନେଇଥିବା ଭାରତୀୟ ଖେଳାଳି :

ଅନୀଲ କୁମ୍ବଲେ : ୬୧୯
ରବିଚନ୍ଦ୍ରନ ଅଶ୍ୱିନ : ୪୬୬
କପିଲ ଦେବ: ୪୩୪
ହରଭଜନ ସିଂ : ୪୧୭
ଇଶାନ୍ତ ଶର୍ମା/ଜାହିର ଖାନ : ୩୧୧

ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୧୦ଟି ୱିକେଟ ନେଇଥିବା ରବୀନ୍ଦ୍ର ଜାଡେଜା ବୋଲିଂ ରାଙ୍କିଂର ଉପରକୁ ଉଠି ୮ମ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ଜାଡେଜା ଟେଷ୍ଟ ଅଲରାଉଣ୍ଡର ରାଙ୍କିଂର ୧ନଂ ସ୍ଥାନରେ ଓ ଅଶ୍ୱିନ ୨ନଂରେ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.