Below header

ବିଶ୍ଵ କଲ୍ୟାଣ ପାଇଁ ଚାଲିଚାଲି ଶ୍ରୀକ୍ଷେତ୍ର ଗଲେ ବେଗୁନିଆର ଯୁବଗୋଷ୍ଠୀ, ବାଟରେ କରିବେ ସଚେତନ

ବେଗୁନିଆ ଦୁର୍ଗାପୁର ପଞ୍ଚାୟତ ଗୁଡୁମୁ ଗାଁର ଯୁବଗୋଷ୍ଠୀଙ୍କ ନିଆରା ପ୍ରୟାସ। ବିଶ୍ଵ କଲ୍ୟାଣ,ତୃତୀୟ ବିଶ୍ଵଯୁଦ୍ଧ ଆଶଙ୍କା, ଜଳବାୟୁରେ ପରିବର୍ତ୍ତନ, ପରିବେଶ ସନ୍ତୁଳନ ରକ୍ଷା ସହିତ ବିଶ୍ଵରେ ଅଜଣା ରୋଗ ଆତଙ୍କ ଏସବୁ ଦୂର କରିବା ନେଇ ଶ୍ରୀଜଗନ୍ନାଥଙ୍କ ନିକଟରେ କରିବେ ପ୍ରାର୍ଥନା।

ବେଗୁନିଆ (କେନ୍ୟୁଜ): ବେଗୁନିଆ ଦୁର୍ଗାପୁର ପଞ୍ଚାୟତ ଗୁଡୁମୁ ଗାଁର ଯୁବଗୋଷ୍ଠୀଙ୍କ ନିଆରା ପ୍ରୟାସ। ବିଶ୍ଵ କଲ୍ୟାଣ,ତୃତୀୟ ବିଶ୍ଵଯୁଦ୍ଧ ଆଶଙ୍କା, ଜଳବାୟୁରେ ପରିବର୍ତ୍ତନ, ପରିବେଶ ସନ୍ତୁଳନ ରକ୍ଷା ସହିତ ବିଶ୍ଵରେ ଅଜଣା ରୋଗ ଆତଙ୍କ ଏସବୁ ଦୂର କରିବା ନେଇ ଶ୍ରୀଜଗନ୍ନାଥଙ୍କ ନିକଟରେ ଗୁହାରି ପାଇଁ ପାଦରେ ଚାଲିଚାଲି ପୁରୀ ଶ୍ରୀକ୍ଷେତ୍ରଧାମ ଯାଉଛନ୍ତି ଯୁବଗୋଷ୍ଠୀ । ଆଜି ଭୋରୁ ବେଗୁନିଆ ଗୁଡୁମୁ ଗାଁର ପଚାଶରୁ ଉର୍ଦ୍ଧ ଯୁବକ, ବୟସ୍କ ସ୍ଥାନୀୟ ଶୈବପୀଠ ବାବା ବକ୍ରେଶ୍ଵର ମହାଦେବଙ୍କ ନିକଟରେ ସଂକଳ୍ପ ସହିତ ଏପରି ଏକ ମହତ ଉଦ୍ଦେଶ୍ୟ ରଖି ପୁରୀ ବାହାରିଛନ୍ତି।

ପୁରୀ ଯାତ୍ରା ଆଜିଠାରୁ ବାହାରି ଆସନ୍ତାକାଲି ସନ୍ଧ୍ୟାରେ ପୁରୀ ଶ୍ରୀମନ୍ଦିର ନିକଟରେ ପହଞ୍ଚିବେ। ସେଠାରେ ମହାପ୍ରଭୁଙ୍କୁ ବିଶ୍ଵ କଲ୍ୟାଣ ଏବଂ ରକ୍ଷା ନେଇ ପ୍ରାର୍ଥନା ଏବଂ ଦୀପଦାନ କରିବେ ଏହି ଶ୍ରଦ୍ଧାଳୁ। ଏଥିସହିତ ଯାତ୍ରା ସମୟରେ ଗାଁ ଗାଁରେ ପରିବେଶ ରକ୍ଷା ସହିତ ବିଶ୍ଵଯୁଦ୍ଧ ଏଡାଇବା ନେଇ ସଚେତନ ବାର୍ତ୍ତା ପ୍ରଚାର କରି ଯାତ୍ରା କରିବେ ।ଗୁଡୁମୁ ଗାଁର ଏହି ନିଆରା ପଦଯାତ୍ରାକୁ ସ୍ଵାଗତ ସହିତ ବେଶ୍ ପ୍ରଶଂସା ମିଳିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.