Below header

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଜି ବିଧାନସଭାରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍‌

ଭୁବନେଶ୍ୱର (କେନ୍ୟୁଜ): ଆଜି ବିଧାନସଭାରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍‌ । ଗତକାଲି କାମଚଳା ବଜେଟ୍‌ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୧ଲକ୍ଷ ୬ ହଜାର କୋଟି ଟଙ୍କାର ବଜେଟ୍‌ ପାରିତ ହୋଇଛି। ସ୍ୱାସ୍ଥ୍ୟ, ଶିକ୍ଷା ଓ କୃଷି ଉପରେ ଗୁରୁତ୍ୱ ଦିଆଯାଇଛି। ପୂର୍ଣ୍ଣାଙ୍ଗ ବଜେଟ୍‌ର ଆକାର ରହିଛି ୨ ଲକ୍ଷ କୋଟି ଟଙ୍କା । ସେଥିରୁ ପ୍ରଥମ ୪ ମାସ ପାଇଁ ବ୍ୟୟ ବରାଦ ହୋଇଛି ୧ ଲକ୍ଷ ୬ ହଜାର ୪୯୭ କୋଟି ଟଙ୍କା ।

ପୂର୍ଣ୍ଣାଙ୍ଗ ବଜେଟରେ ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୨ହଜାର ୨୪୧ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏଥିରୁ ଚାରି ମାସ ପାଇଁ ଖର୍ଚ୍ଚ ହେବ ୫ହଜାର ୭୫୩ କୋଟି ଟଙ୍କା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ୧୮ଶହ ୬୪ କୋଟି, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୨୩ଶହ ୩୫ କୋଟି ବ୍ୟୟବରାଦ କରିଛନ୍ତି ସରକାର । ମିଶନ ଶକ୍ତି ପାଇଁ ୨୦୦୦ କୋଟି, ଶିକ୍ଷା ପାଇଁ ୨୬ହଜାର ୪୯୨ କୋଟି ଓ କୃଷି ପାଇଁ ୨୦ହଜାର ୩୪୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.