କୋଲକାତାଠୁ ମ୍ୟାଚ ଛଡ଼ାଇନେଲେ କାର୍ତ୍ତିକ; ୭ ଓ୍ଵିକେଟରେ ବିଜୟୀ ହେଲା RCB

ଆଇପିଏଲରେ କୋଲକାତା ବିପକ୍ଷରେ ବେଙ୍ଗାଲୁରୁର କଷ୍ଟସାଧ୍ୟ ବିଜୟ । ଷଷ୍ଠ ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ବେଶ ରୋମାଞ୍ଚକର ହୋଇଛି । ଅଳ୍ପ ସ୍କୋର ହୋଇଥିଲେ ମଧ୍ୟ କଡ଼ା ମୁକାବିଲା ଦେଖିବାକୁ ମିଳିଛି । ଶେଷ ଓଭର ପର୍ଯ୍ୟନ୍ତ ଜାରି ରହିଥିବା ଛକାପଂଝା ମଧ୍ୟରେ ବାଜି ମାରି ନେଇଛି RCB ।

ପ୍ରଥମ ବ୍ୟାଟିଂ କରି କୋଲକାତା ୧୮.୫ ଓଭରରେ ୧୨୮ ରନରେ ଅଲଆଉଟ ହୋଇଥିଲା । ରସେଲ ସର୍ବାଧିକ ୨୫ ରନ କରିଥିଲେ । ଜବାବରେ ୧୯.୨ ଓଭରରେ ୭ ଓ୍ଵିକେଟ ହରାଇ କଷ୍ଟସାଧ୍ୟ ବିଜୟ ହାସଲ କରିଛି । ଦିନେଶ କାର୍ତ୍ତିକ ୭ ବଲରେ ୧୪ ଓ ହର୍ଷଲ ପଟେଲ ୧୦ ରନ କରି ଅପରାଜିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.