ଆଜି ଆସିବ ବିଜେପି ଲିଷ୍ଟ ! ୨୦ରୁ ୨୫ ଆସନରେ ବିଧାୟକ ପ୍ରାର୍ଥୀଙ୍କ ନାଁ ହେବ ଘୋଷଣା

ଆଜି ଘୋଷଣା ହୋଇପାରେ ବିଜେପିର ପ୍ରାର୍ଥୀ ତାଲିକା । ୨୦ରୁ ୨୫ ଆସନରେ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବିଜେପି। ୨୦ ତାରିଖ ମଧ୍ୟରେ ରାଜ୍ୟରେ ବାକି ଥିବା ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି।

ଭୁବନେଶ୍ଵର (କେନ୍ୟୁଜ): ଆଜି ଘୋଷଣା ହୋଇପାରେ ବିଜେପିର ପ୍ରାର୍ଥୀ ତାଲିକା  । ୨୦ରୁ ୨୫ ଆସନରେ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବିଜେପି । ୨୦ ତାରିଖ ମଧ୍ୟରେ ରାଜ୍ୟରେ ବାକି ଥିବା ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି ।

୨୦୨୪ ସାଧାରଣ ନିର୍ବାଚନ ପାଇଁ ବରଗଡ଼ ଲୋକସଭା ଆସନରେ ରଣନୀତି ପ୍ରସ୍ତୁତି ଅବସରରେ ସେ ଏହା କହିଛନ୍ତି । ବିଜେପିର ବିଜୟ ପାଇଁ ବରଗଡ଼ ଲୋକସଭା ସଂସଦୀୟ କ୍ଷେତ୍ରର ବରିଷ୍ଠ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଦେଶରେ ଏଥର ମୋଦି ସରକାର ୪୦୦ ପାର କରିବ ।  ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ପାଇଁ ଦଳୀୟ ନେତାଙ୍କୁ ସେ ଆହ୍ୱାନ ଦେଇଛନ୍ତି । ଏହି ବୈଠକରେ ବରଗଡ଼ ଏବଂ ଝାରସୁଗୁଡା ଜିଲ୍ଲାର ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସମେତ ବିଧାୟକ ପ୍ରାର୍ଥୀ ଉପସ୍ଥିତ ଥିଲେ ।  ପ୍ରଥମ ପର୍ଯ୍ୟାୟରେ ୧୧୨ ଜଣ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି ।  ଆଉ ୩୫ ପ୍ରାର୍ଥୀଙ୍କ ନାଁ ବାକି ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.