ଦିଲ୍ଲୀ କ୍ୟାପିଟାଲ୍ସର ବାଜିମାତ, ଲକ୍ଷ୍ନୌ ସୁପର ଜଏଣ୍ଟ୍ସକୁ ୬ ୱିକେଟରେ କଲା ପରାସ୍ତ

ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ବାଜିମାତ । ଲକ୍ଷ୍ନୌ ସୁପର ଜଏଣ୍ଟ୍ସକୁ ୬ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୭ ୱିକେଟ ହରାଇ ୧୬୭ ରନ କରିଥିଲା ।

(କେନ୍ୟୁଜ): ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ବାଜିମାତ । ଲକ୍ଷ୍ନୌ ସୁପର ଜଏଣ୍ଟ୍ସକୁ ୬ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୭ ୱିକେଟ ହରାଇ ୧୬୭ ରନ କରିଥିଲା । ଆୟୁସ ବଦୋନି ୫୫ ରନ କରି ଅପରାଜିତ ଥିଲେ । ଅଧିନାୟକ କେଏଲ ରାହୁଲ ୩୯ ରନ କରିଥିଲେ ।

ଅନ୍ୟ କୈଣସି ବ୍ୟାଟ୍ସମ୍ୟାନ ଆଖିଦୃଷ୍ଟିଆ ପ୍ରଦଶର୍ନ କରିପାରିନଥିଲେ । କୁଲଦୀପ ଯାଦବ ୩ଟି ୱିକେଟ ନେଇଥିଲେ । ୧୬୮ ରନ ଟାର୍ଗେଟକୁ ପିଛା କରୁଥିବା ଦିଲ୍ଲୀ ଟିମ ୧୮ ଦଶମିକ ୧ ଓଭରରେ ୪ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଡେବ୍ୟୁ ମ୍ୟାଚରେ ଜ୍ୟାକ୍ ଫ୍ରେସର୍ ମ୍ୟାକ ଗର୍କ ଆକର୍ଷଣୀୟ ଅର୍ଦ୍ଧଶତକ କରିଥିଲେ । ୩୫ ବଲ୍ ରୁ ୫୫ ରନର ପାଳି ଖେଳିଥିଳେ । ସେହିପରି ରିଷଭ ପନ୍ଥ୨୪ ବଲରୁ ୪୧ ରନ୍ କରିଥିଲେ । ଦମଦାର ବୋଲିଂ ପାଇଁ କୁଲଦୀପ ୟାଦବ ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.