ପୁଣି ଲେଉଟିବ ତାତି, ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପିବ
ବଦଳିଲା ପାଗ । ପୁଣି ଲେଉଟିବ ତାତି। ୪ ଦିନ ଯାଏ ଉପରମୁହାଁ ହେବ ପାରଦ । ଦିନ ତାପମାତ୍ରା ୬ ରୁ ୮ ଡିଗ୍ରୀ ସେଲସିୟସ ଯାଏ ବଢିବ । ରାଜ୍ୟରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଭୁବନେଶ୍ୱର (କେନ୍ୟୁଜ): ବଦଳିଲା ପାଗ । ପୁଣି ଲେଉଟିବ ତାତି । ୪ ଦିନ ଯାଏ ଉପରମୁହାଁ ହେବ ପାରଦ । ଦିନ ତାପମାତ୍ରା ୬ ରୁ ୮ ଡିଗ୍ରୀ ସେଲସିୟସ ଯାଏ ବଢିବ । ରାଜ୍ୟରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୪ ତାରିଖରେ ଗରମ ଓ ଗୁଳୁଗୁଳି ପାଇଁ ବୌଦ୍ଧ, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୫ ତାରିଖ ପାଇଁ ହିଟୱେଭ ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୧୬ ତାରିଖରେ ୧୩ ଜିଲ୍ଲାକୁ ହିଟୱେଭ ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।
ରାଜ୍ୟରେ କାଳ ବୈଶାଖୀ ଯୋଗୁଁ କିଛି ଦିନ ଧରି ତାପମାତ୍ର ହ୍ରାସ ପାଇଛି । ଦିନରେ କୋହଲା ପବନ ସହିତ ଝିପିଝିପି ବର୍ଷା ପୁରା ପରିବେଶକୁ ଶୀତଳ କରିଦେଇଛି । ଯାହାଫଳରେ ଲୋକଙ୍କୁ ପ୍ରବଳ ତାତିରୁ ନିସ୍ତାର ମିଳିଥିଲା । ଏପ୍ରିଲ ମାସରେ ସବୁଠାରୁ ଥଣ୍ଡା ଅନୁଭୂତ ହୋଇଥିଲା । ହେଲେ ପରବର୍ତ୍ତି ସମୟରେ ଏହି ତାତି ବୃଦ୍ଧି ପାଇବ ବୋଲି ଜଣାପଡିବା ପରେ ସତର୍କ ରହିବା ପାଇଁ କୁହାଯାଇଛି ।