ରାଶିଫଳ : ଜାଣନ୍ତୁ ଆଜି ଦିନଟି ପିଲାଙ୍କ ପାଇଁ କିପରି କଟିବ

କର୍ମକ୍ଷେତ୍ରରେ କାମ ଠିକ୍‌ ସମୟରେ ପୂରା ନ ହେଲେ ଚିନ୍ତା ବଢ଼ିପାରେ। ସମ୍ପର୍କୀୟଙ୍କଠାରୁ କିଛି ନୈରାଶ୍ୟଜନକ ଖବର ଶୁଣିବାକୁ ମିଳିପାରେ।

ମେଷ: ଆପଣଙ୍କ ଭଲ ବ୍ୟବହାର ଦ୍ୱାରା ପାଖ ଲୋକ ଖୁସି ହେବେ । ଆଜି ଅଫିସ୍‌ ଅଯଥା କାମରେ ସମୟ ନଷ୍ଟ କରନ୍ତୁ ନାହିଁ । ଆଜି କିଛି ଭଲ ଲୋକଙ୍କ ସହିତ ଆପଣଙ୍କ ଭେଟ ହେବ । ଉନ୍ନତିର କିଛି ନୂଆ ସାଧନ ମିଳିବ ।

ବୃଷ: ଆଜି ନିଜକୁ ଶକ୍ତିବାନ୍‌ ଅନୁଭବ କରିବେ । ପାରିବାରିକ ସୁଖ, ଶାନ୍ତି ରହିବ । ସମ୍ପତ୍ତି ବିବାଦରେ ବିଜୟ ଲାଭ କରିପାରନ୍ତି । ଧାର୍ମିକ ଯାତ୍ରାରେ ଯାଇପାରନ୍ତି । ପାରିବାରିକ ଜୀବନ ଭଲ ରହିବ ।

ମିଥୁନ: ବିରୋଧୀମାନେ ଆଜି ଆପଣଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚିପାରନ୍ତି । ଆପଣଙ୍କୁ ମାନ ସମ୍ମାନ ମିଳିବ । କାହାକୁ ଧନ ଉଧାର ଦିଅନ୍ତୁ ନାହିଁ । ଅତିରିକ୍ତ ଆୟ ହେବ । ବନ୍ଧୁତ୍ୱ ମଜଭୁତ ହେବ ।

କର୍କଟ: ଆଜି ଆପଣଙ୍କ ଦିନ ଭଲରେ କଟିବ । ପରିବାର ଲୋକଙ୍କ ସହିତ ଧାର୍ମିକ ସ୍ଥାନକୁ ଯିବେ । ଜୀବନସାଥୀଙ୍କ ସହ କଥାବାର୍ତ୍ତାରେ ନରମ ରୁହନ୍ତୁ । ବ୍ୟବସାୟରେ ଆପଣଙ୍କୁ ହଠାତ୍‌ ଧନ ମିଳିପାରେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ସିଂହ: ଆଜି ଅଳ୍ପ ପରିଶ୍ରମରେ ବଡ଼ ଫାଇଦା ପାଇବେ । ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ । ଆଜି ଆପଣ ନୂଆ ଗାଡ଼ି କିଣିପାରନ୍ତି । ପରିବାରରେ ସୁଖ, ଶାନ୍ତି ରହିବ । ବିଦ୍ୟାର୍ଥୀ ଏବଂ ଲଭ୍‌ମେଟଙ୍କ ପାଇଁ ଦିନଟି ବଢ଼ିଆରେ କଟିବ ।

କନ୍ୟା: ନୂଆ ବିଜନେସ୍‌ ଆରମ୍ଭ କରିବାକୁ ଭାବୁଥିଲେ, ଜୀବନସାଥୀଙ୍କ ପରାମର୍ଶ ନିଅନ୍ତୁ । ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ । ଆଜି ଆପଣଙ୍କ ଦିନ ଆପଣଙ୍କ ପକ୍ଷରେ ରହିବ । ଘରର ଛୋଟ ଛୋଟ ଜିନିଷ ଉପରେ ଧ୍ୟାନ ଦେବେ ।

ତୁଳା: ଆଜି ଆପଣ ସାମାଜିକ କାର୍ଯ୍ୟରେ ଭାଗ ନେବେ । ଅଫିସ୍‌ରେ ବରିଷ୍ଠମାନେ ଆପଣଙ୍କ କାମରେ ଖୁସି ହୋଇ କୌଣସି ଉପହାର ଦେଇପାରନ୍ତି । ମା’, ବାପାଙ୍କ ସହଯୋଗ ମିଳିପାରେ ।

ବିଛା: ଆଜି ଯେଉଁମାନେ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଦିନଟି ଭଲ । ନୂଆ ସ୍ରୋତରୁ ଧନ ଲାଭ ହେବ । କମ୍ପ୍ୟୁଟର ଛାତ୍ରଛାତ୍ରୀଙ୍କ ପାଇଁ ଆଜିର ଦିନ ଭଲରେ କଟିବ ।

ଧନୁ: ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ଆଜି ଅଫିସ୍‌ରେ ଆପଣଙ୍କୁ ଉଚ୍ଚ ଅଧିକାରୀମାନଙ୍କର ସହଯୋଗ ମିଳିବ । ଆଜି ଆପଣଙ୍କ ଦିନ ଅନୁକୂଳ ରହିବ । ପାରିବାରିକ ସମସ୍ୟାର ସମାଧାନ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ଲଭ୍‌ମେଟସ୍‌ଙ୍କ ପାଇଁ ଦିନଟି ଉତ୍ତମ ରହିବ ।

ମକର: ଆଜି ଆପଣଙ୍କ ଦିନ ବହୁତ ଭଲରେ କଟିବ । ବିଜନେସ୍‌ କ୍ଷେତ୍ରରେ ବଡ଼ ବଡ଼ ଲୋକଙ୍କୁ ଭେଟିବେ । ଆଜି ପାରିବାରିକ କାର୍ଯ୍ୟ ପୂରଣ କରିବାରେ ପୂରା ପରିବାର ସହଯୋଗ କରିବେ । ଜୀବନସାଥୀଙ୍କ ସହ ଭଲ ତାଳମେଳ ରହିବ ।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ । ଦାମ୍ପତ୍ୟ ଜୀବନ ପୂର୍ବାପେକ୍ଷା ଆହୁରି ମଜଭୁତ ହେବ । ଖାସ୍‌ ବ୍ୟକ୍ତିଙ୍କ ସହ ଭେଟ ହେବ । କୌଣସି ରୋଗକୁ ନେଇ ଡର ଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ମୀନ: ଆଜିର ଦିନ ଭଲ ରହିବ । ସ୍ୱାସ୍ଥ୍ୟ ଠିକ୍‌ ରହିବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ପରିବାରରେ ପିଲାଙ୍କ ସହିତ କିଛି ସମୟ ମଜା, ମସ୍ତି କରିବେ । ଆର୍ଥିକ ସ୍ଥିତି ମଜଭୁତ ହେବ । ନୂଆ ଗାଡ଼ି କିଣିବାକୁ ମନ ବଳାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.