ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ସମନ୍ବୟ ବୈଠକ, ନିୟୋଜିତ ହେବେ ୧୨ ପ୍ଲାଟୁନ ପୋଲିସ

ଆସନ୍ତା ମଙ୍ଗଳବାର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ । ରୁକୁଣା ରଥରେ ଚଢ଼ି ପ୍ରଭୁ ଶ୍ରୀଲିଙ୍ଗରାଜ ଯିବେ ମାଉସୀମା’ ଘର। ଏଥିପାଇଁ ଚଳ ଚଞ୍ଚଳ ହେଲାଣି ଏକମ୍ର କ୍ଷେତ୍ର।

ଭୁବନେଶ୍ୱର : ଆସନ୍ତା ମଙ୍ଗଳବାର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ । ରୁକୁଣା ରଥରେ ଚଢ଼ି ପ୍ରଭୁ ଶ୍ରୀଲିଙ୍ଗରାଜ ଯିବେ ମାଉସୀମା’ ଘର। ଏଥିପାଇଁ ଚଳ ଚଞ୍ଚଳ ହେଲାଣି ଏକମ୍ର କ୍ଷେତ୍ର। ରୁକୁଣା ରଥଯାତ୍ରା ପାଇଁ ପୋଲିସ ଓ ସେବାୟତଙ୍କ ମଧ୍ୟରେ ପ୍ରସ୍ତୁତି ବୈଠକ ବସିଛି। ଭୁବନେଶ୍ବର ଡିସିପି ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ କେଦାରଗୌରୀ କଲ୍ୟାଣ ମଣ୍ଡପରେ ବସିଥିଲା ସମନ୍ବୟ ବୈଠକ।

ନିୟୋଜିତ ହେବେ ୧୨ ପ୍ଲାଟୁନ ପୋଲିସଙ୍କ ସହ ୧୦୦ ଅଫିସର । ଟ୍ରାଫିକ ନିୟନ୍ତ୍ରନ ସହ ଆମ୍ବୁଲାନ୍ସ ସେବା ଓ ଭକ୍ତ ମାନେ କିପରି ସୁରୁଖୁରୁରେ ରଥ ଟାଣିବେ ସେନେଇ ବୈଠକରେ ଆଲୋଚନା ହୋଇଥିଲା । ଲୁଟେରାଙ୍କ ଉପରେ ନଜର ରଖିବେ ସାଧା ପୋଷାକ ଧାରି ପୋଲିସ । ଏହି ବୈଠକରେ ବିଭିନ୍ନ ନିଯୋଗର ସେବାୟତ, ବିଭିନ୍ନ ୱାର୍ଡର କର୍ପୋରେଟର, ବିଦ୍ୟୁତ୍ ବିଭାଗର ଅଧିକାରୀ, ବିଏମସି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.