ଫାଇଭ ଟି ସଚିବଙ୍କ ଉପରେ କାଳି ମାଡ଼ ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା

ରାଜ୍ୟ ସରକାରଙ୍କର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଓ ଜମନଶୁଣାଣୀ କାର୍ଯ୍ୟକ୍ରମରେ ସାମିଲ ବେଳେ ତାଙ୍କ ଉପରେ ଏମିତି ଭାବରେ କାଳିମାଡ଼ କରିଥିଲା ଦୁରବୁତ୍ତ ଭାସ୍କର ସାହୁ । ଅସହିଷ୍ଣୁତା ପୂର୍ବକ ଏଭଳି କରିଛି ଅଭିଯୁକ୍ତ ।

କେନ୍ୟୁଜ୍(ବ୍ୟୁରୋ): ପୁରୀ ସତ୍ୟବାଦୀ ଗସ୍ତ ବେଳେ ଫାଇଭ ଟି ସଚିବଙ୍କ ଉପରେ କାଳି ମାଡ଼ ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା । ରାଜ୍ୟ ସରକାରଙ୍କର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଓ ଜମନଶୁଣାଣୀ କାର୍ଯ୍ୟକ୍ରମରେ ସାମିଲ ବେଳେ ତାଙ୍କ ଉପରେ ଏମିତି ଭାବରେ କାଳିମାଡ଼ କରିଥିଲା ଦୁରବୁତ୍ତ ଭାସ୍କର ସାହୁ । ଅସହିଷ୍ଣୁତା ପୂର୍ବକ ଏଭଳି କରିଛି ଅଭିଯୁକ୍ତ । ତାକୁ ଗିରଫ କରି ଖୋଳତାଡ କରୁଛି ପୋଲିସ । କାଳିମାଡ଼ ସତ୍ତ୍ବେ ନିଜ କାମରୁ ଓହରି ନଥିଲେ ଫାଇଭ୍ ଟି ସଚିବ ଭି. କେ ପାଣ୍ଡିଆନ୍ ।

ସେଠାରେ ଉପସ୍ଥିତ ଥିବା ମହିଳାମାନେ ପଣତରେ ତାଙ୍କ ମୁହଁରୁ କାଳି ପୋଛି ଦେଇଥିଲେ । ଲୋକଂକୁ ଭେଟିଥିଲେ ଫାଇଭ ଟି ସଚିବ । ସେମାନଙ୍କ ସମସ୍ୟା, ଅଭିଯୋଗ ଶୁଣିଥିଲେ । ତେବେ ପ୍ରଶ୍ନ ଉଠୁଛି କାହା ପ୍ରରୋଚନାରେ ଏମିତି କାମ କଲା ଅଭିଯୁକ୍ତ ଭାସ୍କର ରାଓ ? ଏମିତି କାମ ପଛରେ କାହାର ହାତ ରହିଛି ? କିଏ ମାଷ୍ଟରମାଇଣ୍ଡ? ଏମିତି କାମ କରିବା ପାଇଁ ଅଭିଯୁକ୍ତ ଭାସ୍କର ରାଓକୁ କେହି ମୋହରା କରିଛି କି? ବିକାଶମୂଳକ କାମରେ ବାଧା ସୃଷ୍ଟି ପାଇଁ ଷଡ୍ଯନ୍ତ୍ର ହେଉଛି ହେଉଛି କି ? …

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.