Below header

ପୂର୍ବତନ ଅତିରିକ୍ତ ପିସିସିଏଫ୍ ଅଭୟ ପାଠକଙ୍କ ବିରୋଧରେ ଚାର୍ଚସିଟ୍ ଦାଖଲ କଲା ଇଡି

ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ବା ପିଏମଏଲଏରେ ପ୍ରସିକ୍ୟୁସନ୍ କମ୍ପ୍ଲେନ୍ ବା ଦଣ୍ଡବିଧାନ ଅଭିଯୋଗପତ୍ର ଦାଖଲ କରିଛି ଇଡି । ଅଭୟ ଓ ଆକାଶଙ୍କୁ ଦୋଷୀ ସାବ୍ୟସ୍ତ ପାଇଁ କୋର୍ଟରେ ଆବେଦନ ହୋଇଛି । ଏଥିସହ ୨ କୋଟି ୮୦ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ପାଇଁ ଆବେଦନ ହୋଇଛି ।

କେନ୍ୟୁଜ୍(ବ୍ୟୁରୋ): ବଢ଼ିଲା ପୂର୍ବତନ ଅତିରିକ୍ତ ପିସିସିଏଫ୍ ଅଭୟ ପାଠକଙ୍କ ଅଡୁଆ। ଅଭୟ ପାଠକଙ୍କ ବିରୋଧରେ ଚାର୍ଚସିଟ୍ ଦାଖଲ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତାଙ୍କ ପୁଅ ଆକାଶ ପାଠକଙ୍କ ନାଁରେ ବି ଚାର୍ଜସିଟ ଦାଖଲ ହୋଇଛି । ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ବା ପିଏମଏଲଏରେ ପ୍ରସିକ୍ୟୁସନ୍ କମ୍ପ୍ଲେନ୍ ବା ଦଣ୍ଡବିଧାନ ଅଭିଯୋଗପତ୍ର ଦାଖଲ କରିଛି ଇଡି । ଅଭୟ ଓ ଆକାଶଙ୍କୁ ଦୋଷୀ ସାବ୍ୟସ୍ତ ପାଇଁ କୋର୍ଟରେ ଆବେଦନ ହୋଇଛି । ଏଥିସହ ୨ କୋଟି ୮୦ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ପାଇଁ ଆବେଦନ ହୋଇଛି । ଗତକାଲି ଖୋର୍ଦ୍ଧାର ସ୍ବତନ୍ତ୍ର PMLA କୋର୍ଟ ନିଜ ଆଡୁ ମାମଲାକୁ ଗୁରୁତ୍ବର ସହ ନେଇଛନ୍ତି ।

ଚାର୍ଜସିଟରେ କୁହାଯାଇଛି, ଅଭୟ ପାଠକ ମାମଲାରେ ଭିଜିଲାନ୍ସ ସେଲ୍ ପ୍ରଥମେ ତଦନ୍ତ କରୁଥିଲା । ପରେ ଟଙ୍କା କାରବାର ମାମଲାର ତଦନ୍ତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଭିଜିଲାନ୍ସ ଅଭୟ ପାଠକ ଓ ଆକାଶ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଖୋଳତାଡ କରିଥିଲା । ଠାବ ହୋଇଥିଲା ମୋଟ୍ ୯ କୋଟି ୩୫ ଲକ୍ଷ ୪୧ ହଜାର ଟଙ୍କାର ଆୟ ବିହିର୍ଭୂତ ସମ୍ପତ୍ତି । ଭିଜିଲାନ୍ସ କେସରେ ଆକାଶ ପାଠକ ଟାଟାରେ ଚାକିରି ଦେବା ନାଁରେ ଠକେଇ କରିଥିବା ସାମନାକୁ ଆସିଥିଲା । ଇଡି ଅର୍ଥ ହେରଫେରର ତଦନ୍ତ କରିବା ସହ ଅଭୟ ପାଠକଙ୍କ ଘରେ ବି ଖୋଳତାଡ କରିଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.