Below header

ଦିଲ୍ଲୀ ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଲେ – ‘‘ଦୁନିଆରେ କେହିପୁଅ ଜନ୍ମ ହୋଇ ନାହାଁନ୍ତି ଯିଏ ଅରବିନ୍ଦ କେଜରିଓ୍ଵାଲଙ୍କୁ ନୁଆଁଇ ଦେବ”

କେଜରିଓ୍ଵାଲ ଦିଲ୍ଳୀ ସର୍ଭିସ ବିଲ ସମ୍ପର୍କରେ ବିଜେପିକୁ ସମାଲୋଚନା କରି କହିଥିଲେ । ଏହି ଅବସରରେ କେଜରିଓ୍ଵାଲ କହିଥିଲେ ‘‘ ଦୁନିଆରେ କେହି ପୁଅ ଜନ୍ମ ହୋଇ ନାହାଁନ୍ତି ଯିଏ କେଜରିଓ୍ଵାଲଙ୍କୁ ନୁଆଇଁ ଦେବ ।

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାରେ ୩ ଦିନିଆ ବୈଠକର ଆୟୋଜନ କରାଯାଇଥିଲା । ବୈଠକର ୩ୟ ବା ଶେଷ ଦିନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଗୃହକୁ ସମ୍ବୋଧିତ କଲେ । କେଜରିଓ୍ଵାଲ ଦିଲ୍ଳୀ ସର୍ଭିସ ବିଲ ସମ୍ପର୍କରେ ବିଜେପିକୁ ସମାଲୋଚନା କରିଥିଲେ । ଏହି ଅବସରରେ କେଜରିଓ୍ଵାଲ କହିଥିଲେ ‘‘ ଦୁନିଆରେ କେହି ପୁଅ ଜନ୍ମ ହୋଇ ନାହାଁନ୍ତି ଯିଏ କେଜରିଓ୍ଵାଲଙ୍କୁ ନୁଆଇଁ ଦେବ ।

କେଜରିଓ୍ଵାଲ ଆହୁରି କହିଥିଲେ –‘‘କେନ୍ଦ୍ରରେ ବଜେପି ସରକାର ନୂଆ ଆଇନ ତିଆରି କରି ଦିଲ୍ଲୀ ଲୋକଙ୍କ ଅଧିକାର ଛଡାଇବାକୁ ଚେଷ୍ଟାକରୁଛି । ହେଲେ ମୁଁ ଆପଣଙ୍କୁ କହି ରଖୁଛି କି ଆପଣଙ୍କ ଅଧିକାର ଫେରାଇ ଆଣିବି । କୌଣସି ବି ପରିସ୍ଥିତିରେ ଲୋକଙ୍କ କାମ ଅଟକାଇବାକୁ ଦେବିନି । ’’

ପୂର୍ବରୁ ଦିଲ୍ଲୀରେ ଦୁର୍ନୀତିକୁ ନେଇ ଆଲୋଚନା ହେଉଥିଲା । ଏବେ ଦିଲ୍ଲୀରେ ବିକାଶ ନେଇ ଆଲୋଚନା ହେଉଛି । ଦିଲ୍ଲୀରେ ଶିକ୍ଷା ବ୍ୟବସ୍ଥା, ବସ ସର୍ଭିସ ଓ ଜିରୋ ବିଜୁଳି ବିଲ ନେଇ ଚର୍ଚ୍ଚା ହେଉଛି ।

ଆମେ ୪୯ ଦିନରେ ଦୁର୍ନୀତି ଶେଷ କରିଛୁ । ହେଲେ ପ୍ରଧାନମନ୍ତ୍ରୀ ମୋଦି ଅଫିସରଙ୍କୁ ଡରାଇ ରଖିଛନ୍ତି । ଆମ ଆଦମି ପାର୍ଟିକୁ ଶେଷ କରିବାକୁ ଚେଷ୍ଟା କରୁଛନ୍ତି ବୋଲି କେଜରିଓ୍ଵାଲ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.