ଯାଜପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ମୁଖ୍ୟ ଅଭିଯୁକ୍ତ ରାକେଶ ମଳିକ ଗିରଫ, ୨୫ରୁ ଅଧିକ ଅଟକ

ଯାଜପୁର(କେନ୍ଯୁଜ୍): ଯାଜପୁର ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାକେଶ ମଳିକ ଗିରଫ । ୨୫ରୁ ଅଧିକ ଆକ୍ରମଣକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ନରସିଂହ ଭୋଳ ଓ ଯାଜପୁର ଏସପି ରାହୁଳ ପିଆର ବିଞ୍ଝାରପୁର ଗସ୍ତ କରି ପରିସ୍ଥିିତିର ସମୀକ୍ଷା କରିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ କହିିଛି ।

ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନର ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିଲା । ଭୋଟ୍‌ ବାକ୍ସ ଉଠାଇ ପୋଖରୀରେ ଫିଙ୍ଗି ଦେଉଥିଲେ ଦୁର୍ବୃତ୍ତ । ଭିଡିଓ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ମାଡ଼ ମାରି ଲହୁଲୁହାଣ କରିଥିଲେ ଦୁର୍ବୃତ୍ତ । ଏଥିରେ ଆହତ ହୋଇଛନ୍ତି ବୈଦ୍ୟୁତିକ ଗଣମାଧ୍ୟମର ୪ ଜଣ ସାମ୍ବାଦିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.