Below header

ଆଜି ବସିବ ପ୍ରାଥମିକ ଶିକ୍ଷକ ସଂଘ ବୈଠକ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେବ କଥାବାର୍ତ୍ତା

ପ୍ରାଥମିକ ସ୍କୁଲ ଖୋଲିବ ପାଇଁ ବାହାରି ପାରେ ସମାଧାନର ବାଟ। ଆଜି ସିଏମ୍ଓ-ଶିକ୍ଷକ ସଂଘ ଆଲୋଚନା। ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମାଧ୍ୟମରେ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାର ଆଲୋଚନା ହେବ। ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ହେବ ଆଲୋଚନା।

ଭୁବନେଶ୍ୱର (କେନ୍ୟୁଜ): ପ୍ରାଥମିକ ସ୍କୁଲ ଖୋଲିବ ପାଇଁ ବାହାରି ପାରେ ସମାଧାନର ବାଟ। ଆଜି ସିଏମ୍ଓ-ଶିକ୍ଷକ ସଂଘ ଆଲୋଚନା। ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମାଧ୍ୟମରେ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାର ଆଲୋଚନା ହେବ। ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ହେବ ଆଲୋଚନା। ପୂର୍ବରୁ ୩ ଦଫା ଦାବିରେ ପାଖାପାଖି ଦଶ ଦିନ ଧରି କାର୍ଯ୍ୟ ବନ୍ଦ କରି ଧାରଣା ଦେଇଥିବା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନ ସ୍ଥଗିତ ରଖିଥିଲା ।

ଗତ ୧୮ ତାରିଖରେ ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ନେଇ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା ହୋଇଥିଲା । ତେଣୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଲୋଚନା ପରେ ଶିକ୍ଷକମାନେ ଆନ୍ଦୋଳନରୁ ଓହରି ପାରନ୍ତି ବୋଲି ଆଶା କରାଯାଉଛି। ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ଶିକ୍ଷକଙ୍କ ଆନ୍ଦୋଳନ ୧୫ ଦିନରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.