୧୬ ବର୍ଷରେ ହାସଲ କଲେ ୧୭୦ କଲେଜର ଆଡମିଶନ୍‌ ଅଫର୍‌, ପାଇଲେ ୯ ମିଲିୟନ୍‌ ଡଲାର ସ୍କଲାରସିପ୍‌

ଡେନିସ ମଲିକ୍‌ ବାର୍ନେସ୍‌ ନାମକ ଏହି ଛାତ୍ର ୧୭୦ କଲେଜ୍‌ ଏବଂ ୟୁନିଭର୍ସିଟିରୁ ଆଡମିଶନ୍‌ ଅଫର ଗ୍ରହଣ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଏଥି ସହିତ ୯ ମିଲିୟନ୍ ଡଲାର ସ୍କଲାରସିପ୍‌ ପୁରସ୍କାର ପାଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ଆମେରିକାର ୧୬ ବର୍ଷ ବୟସର ଜଣେ ଛାତ୍ର ଇତିହାସ ସୃଷ୍ଟି କରିଛନ୍ତି । ଡେନିସ ମଲିକ୍‌ ବାର୍ନେସ୍‌ ନାମକ ଏହି ଛାତ୍ର ୧୭୦ କଲେଜ୍‌ ଏବଂ ୟୁନିଭର୍ସିଟିରୁ ଆଡମିଶନ୍‌ ଅଫର ଗ୍ରହଣ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଏଥି ସହିତ ୯ ମିଲିୟନ୍ ଡଲାର ସ୍କଲାରସିପ୍‌ ପୁରସ୍କାର ପାଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ସେ ମୋଟ ୨୦୦ଟି କଲେଜରେ ଆବେଦନ କରିଥିଲେ । ଇଣ୍ଟରନ୍ୟାସନାଲ୍ ହାଇସ୍କୁଲ୍ ଅଫ୍ ନ୍ୟୁ ଅର୍ଲିଅନ୍ସର ଛାତ୍ର ବାର୍ନେସ୍‌ ଦୁଇଟି ଗ୍ରେଡ୍ ଛାଡିଥିଲେ । ନିଜକୁ ଜଣେ ସାଧାରଣ ଲୋକ ଭାବେ ମାନୁଥିବା ଏହି ୧୬ ବର୍ଷୀୟ ଛାତ୍ର ବାଇକ୍‌ ଚଲେଇବା ସହ ନିଜ ସାଙ୍ଗ ମାନଙ୍କ ସହ ମଜା କରିବାକୁ ପସନ୍ଦ କରନ୍ତି ।

ହଫପୋଷ୍ଟ ଡଟ୍ କମ୍ ସହ କଥାବାର୍ତ୍ତା କରି ବାର୍ନେସ୍‌ କହିଛନ୍ତି, ‘ମୋତେ ଅନେକ ଚିଠି ମିଳିଥିଲା । ମୁଁ ମୋର ସାମର୍ଥ୍ୟକୁ ଅନୁଭବ କରି ନଥିଲି ।’ ସେ କହିଛନ୍ତି ଯେ ତାଙ୍କ ପୂର୍ବରୁ ମଧ୍ୟ ଅନେକ ବିଦ୍ୱାନ ଥିଲେ ଯେଉଁମାନେ ଅସାଧାରଣ ଲକ୍ଷ୍ୟ ହାସଲ କରିଥିଲେ । ସେ ଜାଣିଥିଲେ ଯେ ଏହି ବିଦ୍ୟାଳୟଟି ସ୍ୱତନ୍ତ୍ର କିନ୍ତୁ ତାଙ୍କର ବିଶ୍ୱାସ ହେଉନଥିଲା ଏହା ତାଙ୍କ ସହିତ ହୋଇଛି । କିନ୍ତୁ ଏପରି ସତରେ ହୋଇଛି ଏବଂ ବର୍ତ୍ତମାନ ତାଙ୍କର ଗିନିଜ ୱାର୍ଲ୍ଡ ରେକର୍ଡ ଅଛି ।

ନ୍ୟୁ ଅର୍ଲିୟନ୍ସର ସାଉଥ୍ ୟୁନିଭର୍ସିଟିରେ ଡୁଆଲ୍ ଆଡମିଶନ ସହିତ ଅନ୍ୟ ଏକାଡେମିକ କରିକୁଲାର ଆକ୍ଟିଭିଟିଜରେ ଭାଗ ନେବା ସମୟରେ ସେ ସମ୍ପୂର୍ଣ୍ଣ ହାଇସ୍କୁଲରେ ୪.୯୮ GPA ରଖିଥିଲେ । ଯାହା ତାଙ୍କ ସଫଳତାକୁ ଦର୍ଶାଉଛି । ବାର୍ନେସ କହିଛନ୍ତି ସେ ନିଜର ଦକ୍ଷତାକୁ ଅନୁଭବ କରିନଥିଲେ କିନ୍ତୁ ତାଙ୍କ କଲେଜ କାଉନସିଲର ଡେନିସ୍ ଜେମ୍ସ ତାଙ୍କ ପ୍ରତିଭାକୁ ଜାଣି ପାରିଥିଲେ । ଜେମ୍ସ ତାଙ୍କୁ ଗାଇଡ୍‌ କରିଥିଲେ । ସେ ବାର୍ନେସଙ୍କୁ କହିଥିଲେ ଯେ ଦିନେ ତୁମର ମେଲବକ୍ସ ଚିଠିରେ ଭରିଯିବ ଏବଂ ଏପରି ସତରେ ଘଟିଛି । ଜେମ୍ସ ତାଙ୍କ କଲେଜର ଅନେକ ଛାତ୍ରଙ୍କୁ ପରାମର୍ଶ ଦେଇଛନ୍ତି ଯେଉଁମାନେ ଭଲ କଲେଜରେ ଆଡମିଶନ୍‌ ଏବଂ ଛାତ୍ରବୃତ୍ତି ପୁରସ୍କାର ପାଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ୧ ମିଲିୟନ୍‌ ଡଲାରରୁ ଅଧିକ ସ୍କଲାରସିପ ପାଇଛନ୍ତି। କିନ୍ତୁ ଜେମ୍ସ ଦେଖଥିଲେ ବାର୍ନେସ ଅନ୍ୟମାନଙ୍କ ଠାରୁ ଭିନ୍ନ ।

ବାର୍ନେସ କହିଛନ୍ତି ଯେ ସଫଳ ଭବିଷ୍ୟତର ରାସ୍ତା ହେଉଛି ଆଗକୁ ପ୍ଲାନ୍‌ କରିବା ଏବଂ ନିଜର ସହକର୍ମୀମାନଙ୍କ ସହିତ ଭଲ ସମ୍ପର୍କ ରଖିବା । ଯଦି ଆପଣ ନିଜର ଭିଜନ ବା ଦୃଷ୍ଟିକୋଣ ଦେଖିପାରିବେ ତେବେ ଆପଣ ନିଜର ଲକ୍ଷ୍ୟ ହାସଲ କରିପାରିବେ । ୨୦୧୯ରେ ସେ ଲାଫାୟେଟର ଆର୍ଲି କଲେଜ ଏକାଡେମୀରୁ ସ୍ନାତକ ହାସଲ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ତାଙ୍କୁ ୧୪୦ଟି ସ୍କୁଲରୁ ପ୍ରାୟ ୯ ମିଲିୟନ୍ ଡଲାର୍ ସ୍କଲାରସିପ୍‌ ଅଫର ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.