‘ସୀମାପାର ଆତଙ୍କୀ ଫ୍ୟାକ୍ଟ୍ରି ବନ୍ଦ କର, ପିଓକେ ତୁରନ୍ତ ଖାଲି କର’: ଜାତିସଂଘରେ ପାକିସ୍ତାନକୁ କଡା ଜବାବ ଦେଲା ଭାରତ

ପାକିସ୍ତାନକୁ ନିଜର ନୀଚ କାରନାମା ପାଇଁ ସମାଲୋଚନା କରିବା ସହ ଜାତିସଂଘରେ କଡ଼ା ଶବ୍ଦରେ ଜବାବ ଦେଇଛି ଭାରତ । ଏହାସହିତ ଭାରତର ଅଧିକୃତ ଅଞ୍ଚଳ କଶ୍ମୀରକୁ ଛାଡ଼ିବା ସହ ନିଜ ଦେଶରେ ଜାରି ରହିଥିବା ଆକ୍ରମଣ ମଧ୍ୟ ବନ୍ଦ କରିବାକୁ ପାକିସ୍ତାନକୁ କୁହାଯାଇଛି ।

ମିଳିତ ଜାତିସଂଘରେ ପାକିସ୍ତାନକୁ କଡା ଜବାବ ଦେଇଛି ଭାରତ । ଭାରତ ସୀମାରେ ପାକ ବେଆଇନ ଭାବେ କବଜା କରି ରଖିଥିବା ସ୍ଥାନ ପିଓକେ କୁ ତୁରନ୍ତ ଖାଲି କରିବାକୁ ଭାରତ ଦାବି କରିଛି । ଏଥିସହ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ପ୍ରତିନିଧି ଦାବି କରିଛନ୍ତି । ସୀମାପାର ଆତଙ୍କବାଦ ଗତିବିଧିକୁ ବନ୍ଦ କରିବା ପାଇଁ ପାକିସ୍ତାନକୁ ଚେତାଇ ଦେଇଛି ଭାରତ ।

୨୬/ ୧୧ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡଙ୍କ ବିରୋଧରେ ପାକ କାହିଁକି କାର୍ଯ୍ୟାନୁଷ୍ଠାନ କରିନି ବୋଲି ଭାରତ ପ୍ରଶ୍ନ କରିଛି । ଇସଲାମାବାଦ ମିଳିତ ଜାତିସଂଘ ମଞ୍ଚର ଦୂରପଯୋଗ କରୁଥିବା କୁହାଯାଇଛି । ଜମ୍ମୁ କଶ୍ମୀର ଓ ଲଦାଖ ଭାରତର ଅଭିନ୍ନ ଅଙ୍ଗ ବୋଲି ସ୍ପଷ୍ଟ କରାଯାଇଛି । ପୂର୍ବରୁ ପାକିସ୍ତାନ ଜାତିସଂଘରେ ମତ ରଖି ଭାରତକୁ ଟାର୍ଗେଟ କରିଥିଲା । ଯାହାର କଡା ଜବାବ ଦେଇଛି ଭାରତ।

ମୁମ୍ବାଇ ଆକ୍ରମଣରେ ଆତଙ୍କବାଦୀ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ କରିବା ଉଚିତ । ୧୫ ବର୍ଷ ହେଲାଣି ନ୍ୟାୟ ଅପେକ୍ଷାରେ ରହିଛନ୍ତି ପୀଡିତ । ପାକିସ୍ତାନ ଅନ୍ତର୍ରାଷ୍ଟ୍ରୀୟ ଆତଙ୍କବାଦୀ ସଂଗଠନ ଗଢୁଛି । ପାକିସ୍ତାନରେ ମାନବାଧିକାରୀ ଉଲ୍ଲଙ୍ଘନ ସମଗ୍ର ବିଶ୍ୱରେ ରେକର୍ଡ କରିଛି । ବିଶ୍ୱର ସବୁଠାରୁ ଅଧିକ ଲୋକତନ୍ତ୍ର ଉପରେ ଆଙ୍ଗୁଠି ଉଠାଇବାର ଅଧିକାର କାହାର ନାହିଁ । ବାରମ୍ବାର ଭାରତ ଉପରେ ଭିତ୍ତିହୀନ ଅଭିଯୋଗ କରିବା ବନ୍ଦ କର । ଆତଙ୍କବାଦୀଙ୍କ ପାଇଁ ପାକିସ୍ତାନ ସବୁଠାରୁ ସୁରକ୍ଷିତ ସ୍ଥାନ ହୋଇଛି ବୋଲି ମିଳିତ ଜାତିସଂଘରେ ଭାରତର ସଚିବ ପଟେଲ ଗହଲେଟ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.