ଷ୍ଟାଫ ନର୍ସ ପାଇଁ ବମ୍ପର ଭର୍ତ୍ତି, ୨୨୪୦ ପଦବୀ ପାଇଁ ତୁରନ୍ତ କରନ୍ତୁ ଆବେଦନ

ମହିଳାମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଷ୍ଟାଫ ନର୍ସ ପଦବୀ ପାଇଁ ବମ୍ପର ଭର୍ତ୍ତି । ୨୨୦୦ରୁ ଅଧିକ ନର୍ସିଂ ପଦବୀ ପାଇଁ କରନ୍ତୁ ଆବେଦନ । ଆବେଦନ କରିବାର ଶେଷ ତାରିଖ ୨୯ ସେପ୍ଟେମ୍ବର ୨୦୨୩ ରହିଛି ।

ନର୍ସିଂ କୋର୍ସ କରିଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଉତ୍ତର ପ୍ରଦେଶରେ ଷ୍ଟାଫ ନର୍ସ ପାଇଁ ୨୨୦୦ ପଦବୀ ଖାଲିପଡିଥିବା ଜଣାପଡିଛି । ଇଚ୍ଛୁକ ପ୍ରାର୍ଥୀ ଆବେଦନ ନ କରିଥିଲେ, ତୁରନ୍ତ କରନ୍ତୁ ଆବେଦନ ।

ପଦବୀ ବିବରଣୀ : ୨୨୪୦

ପୁରୁଷ : ୧୭୧

ମହିଳା : ୨୦୬୯

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୯ ସେପ୍ଟେମ୍ବର ୨୦୨୩ ରହିଛି ।

ଆବେଦନ ଶୁଳ୍କ : ଆବେଦନ କରିବା ପାଇଁ ସାଧାରଣ ବର୍ଗ, EWS ଏବଂ ଓବିସି ପ୍ରାର୍ଥୀ ୧୨୫ ଟଙ୍କା ଦେବାକୁ ହେବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୪୪,୯୦୦ରୁ ୧,୪୨,୪୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ ।

ଚୟନ ପ୍ରକ୍ରିୟା : ଇଚ୍ଛୁକ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ଡକ୍ୟୁମେଣ୍ଟ ଭେରିଫିକେସନ ଦ୍ୱାରା ହେବ ।

କେମିତି କରିବେ ଆବେଦନ : ଇଚ୍ଛୁକ ପ୍ରାର୍ଥୀ ୟୁପିପିଏସସିର ଅଫିସିଆଲ ସାଇଟ୍‌କୁ ଯାଇ ଆବେଦନ କରିପାରିବେ । ଏଥିପାଇଁ uppsc.up.nic.in କୁ ଯାଇ ଆବେଦନ କରିପାରିବେ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଯାଇ ଚେକ୍‌ କରନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.