ମୋବାଇଲ୍ ଦେଖିବାକୁ ବାରଣ କଲେ ମା’, ରାଗି ଯାଇ ବିଷ ପିଇଦେଲା ପୁଅ

ମୋବାଇଲ୍ ଦେଖିବାକୁ ବାରଣ କଲେ ମା’, ରାଗି ଯାଇ ବିଷ ପିଇ ଦେଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବରଦାପାଳ ଗାଁରେ। ନାବାଳକ ଜଣଙ୍କ ଅଷ୍ଟମ ଶ୍ରେଣୀର ଛାତ୍ର। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କେନ୍ଦୁଝର (କେନ୍ୟୁଜ): ମୋବାଇଲ୍ ଦେଖିବାକୁ ବାରଣ କଲେ ମା’, ରାଗି ଯାଇ ବିଷ ପିଇ ଦେଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବରଦାପାଳ ଗାଁରେ। ନାବାଳକ ଜଣଙ୍କ ଅଷ୍ଟମ ଶ୍ରେଣୀର ଛାତ୍ର। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଗତକାଲି ସ୍କଲରୁ ଫେରି ବରଦାପାଳ ଗାଁର ଯଶୋଦା ମୁଣ୍ଡାଙ୍କ ପୁଅ ସିପୁନ୍ ମୁଣ୍ଡା ବାପାଙ୍କ ମୋବାଇଲରେ ଖେଳୁଥିଲେ । କାହିଁକି ମୋବାଇଲ ଦେଖୁଛୁ, ପାଠ ପଢ଼ ବୋଲି ମା’ ଆକଟ କରିଥିଲା। ଏଥିପାଇଁ ପୁଅ ରାଗିଯାଇ ବିଷ ପିଇ ଦେଇଥିଲା। ପରିବାର ଲୋକେ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ପିଲାଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।

ଅନ୍ୟପଟେ ନାବାଳକଙ୍କ ମା’ କହିଛନ୍ତି, ସ୍କୁଲରୁ ଆସି ପୁଅ ସବୁବେଳେ ତାର ବାପାର ମୋବାଇଲ ଧରି ଦେଖେ। ମୁଁ ତା’ ଉପରେ ପାଟି କରିଥିଲି। ପୁଅ ରାଗି ଯାଇ ବିଷ ପିଇଦେଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.