୩୫ ବର୍ଷୀୟ ଯୁବକଙ୍କୁ ହେଲା ୭୦ ବର୍ଷୀୟ ବୃଦ୍ଧାଙ୍କ ସହ ପ୍ରେମ

ଯିଏ ଏହି ଦମ୍ପତିଙ୍କୁ ଦେଖୁଛନ୍ତି ସେ ଆଶ୍ଚର୍ଯ୍ୟ ହେଉଛନ୍ତି । ଜଣେ ୩୫ ବର୍ଷୀୟ ପାକିସ୍ତାନୀଯୁବକଙ୍କୁ ୭୦ ବର୍ଷୀୟ କାନାଡିଆନ ବୃଦ୍ଧା ମହିଳାଙ୍କ ସହ ପ୍ରେମ ହୋଇଯାଇଛି ଏବଂ ଦୁହେଁ ବିବାହ ମଧ୍ୟ କରିଛନ୍ତି । ସେମାନଙ୍କ ପ୍ରେମ କାହାଣୀ କିପରି ଆରମ୍ଭ ହୋଇଥିଲା ନିଜେ ସେହି ବ୍ୟକ୍ତି କହିଛନ୍ତି ।

ସୀମା ପାର ପ୍ରେମ କାହାଣୀ ଦିନକୁ ଦିନ ଦ୍ରୁତ ଗତିରେ ବଢିବାରେ ଲାଗିଛି । ସୀମା ହାଇଦର ଓ ମଞ୍ଜୁ ପରେ ଏବେ ଆଉ ଏକ ପ୍ରେମ କାହାଣୀ ସାମ୍ନାକୁ ଆସିଛି । ଏହି ପ୍ରେମୀଯୁଗଳ ବୟସର ଚିନ୍ତା ମଧ୍ୟ କରିନାହାନ୍ତି । ଜଣେ ୩୫ ବର୍ଷୀୟ ପାକିସ୍ତାନୀ ଯୁବକଙ୍କୁ ୭୦ ବର୍ଷୀୟ କାନାଡିଆନ ବୃଦ୍ଧା ମହିଳାଙ୍କ ସହ ପ୍ରେମ ହୋଇଯାଇଛି । ଦୁହେଁ ବିବାହ ମଧ୍ୟ କରିଛନ୍ତି ।

ରିପୋର୍ଟ ଅନୁଯାୟୀ, ଏହି ବ୍ୟକ୍ତିଙ୍କ ନାମ ନଇମ। ଲୋକମାନେ ଏହି ସମ୍ପର୍କକୁ ନେଇ ଅନେକ କଥା କହୁଛନ୍ତି । ଯେପରିକି ଟଙ୍କା ଲୋଭରେ ଆସି ନଇମ ଏହି ବିବାହ କରିଛନ୍ତି ଏବଂ ଗୋଲ୍ଡ ଡିଗର ନାମରେ ସେ ଲୋକଙ୍କ ଠାରୁ ପରିହାସ ହେଉଛନ୍ତି । ଏକ ଇଣ୍ଟରଭ୍ୟୁରେ ନଇମ କହିଛନ୍ତି ଯେ ପ୍ରାୟ ଏକ ଦଶକ ପୂର୍ବରୁ ସେ ଏବଂ ତାଙ୍କ ପତ୍ନୀ ଫେସବୁକରେ ବନ୍ଧୁ ହୋଇଥିଲେ । ଉଭୟ ୨୦୧୭ରେ ବିବାହ ବିଷୟରେ କଥା ହୋଇଥିଲେ ଏବଂ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ପୂର୍ବରୁ ସେମାନଙ୍କ ମଧ୍ୟରେ କେବଳ ବନ୍ଧୁତା ଥିଲା । କିନ୍ତୁ ପରେ ଏହା ପ୍ରେମରେ ବଦଳି ଯାଇଥିଲା ।

ଦମ୍ପତିଙ୍କ ମଧ୍ୟରେ ଏତେ ବୟସ ପାର୍ଥକ୍ୟ ହେତୁ ଲୋକମାନେ ଏହି ସମ୍ପର୍କକୁ ନେଇ ଚର୍ଚ୍ଚା କରୁଛନ୍ତି । ବୃଦ୍ଧା ମହିଳା ଜଣଙ୍କ ନିଜେ ନଇମଙ୍କୁ ବିବାହ କରିବା ପାଇଁ ପାକିସ୍ତାନ ଆସିଥିଲେ । ନଇମଙ୍କ କହିବା ଅନୁସାରେ ସେ ପତ୍ନୀଙ୍କ ସହ କାନାଡା ଯିବାର ପ୍ଲାନ୍‌ କରିଥିଲେ । କିନ୍ତୁ ସ୍ୱାସ୍ଥ୍ୟ ସମସ୍ୟା ହେତୁ ସେ ଚାହୁଁନାହାନ୍ତି ତାଙ୍କ ପତ୍ନୀ କାମ କରନ୍ତୁ । ଏହି କାରଣରୁ ଦମ୍ପତି ଟଙ୍କା ରୋଜଗାର କରିବା ପାଇଁ ନିଜର ୟୁଟ୍ୟୁବ୍‌ ଚ୍ୟାନେଲ ଆରମ୍ଭ କରିବାକୁ ପ୍ଲାନ୍‌ କରିଛନ୍ତି । ନଇମ ଏହା ମଧ୍ୟ କହିଛନ୍ତି ଯେ ଲୋକମାନେ ତାଙ୍କୁ ଗୋଲ୍ଡ ଡିଗର କହୁଛନ୍ତି । କିନ୍ତୁ ତାଙ୍କ ପତ୍ନୀ ଧନୀ ପରିବାରର ନୁହନ୍ତି ବରଂ ସେ କେବଳ ପେନସନ୍‌ ଉପରେ ନିର୍ଭରଶୀଳ ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ଏଭଳି ଅନେକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ପାକିସ୍ତାନୀ ଯୁବକମାନେ ନିଜଠାରୁ ଦୁଇଗୁଣ ବୟସ ମହିଳାଙ୍କୁ ବିବାହ କରିଥିଲେ । ଏପରି ବିବାହ ପଛର ମୁଖ୍ୟ କାରଣ ସମ୍ପୃକ୍ତ ଦେଶର ନାଗରିକତ୍ୱ ହାସଲ କରିବା ବୋଲି କୁହାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.