ପ୍ରଥମ ଥର ପାଇଁ ଶସ୍ତାରେ ମିଳିବ Samsung Galaxy S23 Ultra, ରହିଛି ଦମଦାର ଡିସକାଉଣ୍ଟ

ସାମସଙ୍ଗ ଏହାର ନୂଆ ଫ୍ଲାଗସିପ୍‌ ସ୍ମାର୍ଟଫୋନ Samsung Galaxy S23 Ultra କୁ ଲଞ୍ଚ କରିଛି । ଏହି ଫୋନରେ ଅନେକ ସୁବିଧା ଦିଆଯାଇଛି । ଫ୍ଲିପକାର୍ଟ ସେଲରେ ଏହି ଫୋନ ବଡ଼ ଡିସକାଉଣ୍ଟରେ ମିଳିବ ।

ଯଦି ଆପଣ ନୂଆ ସ୍ମାର୍ଟଫୋନ କିଣିବାକୁ ପ୍ଲାନ୍‌ କରୁଛନ୍ତି ତେବେ ଆପଣ ଫ୍ଲିପକାର୍ଟ ବିଗ୍ ବିଲିୟନ ଡେ ସେଲ ପାଇଁ ଅପେକ୍ଷା କରିବା ଉଚିତ୍ । ଅକ୍ଟୋବର ମାସରେ ହେବାକୁ ଥିବା ଏହି ସେଲରେ iPhones ଠାରୁ ଆରମ୍ଭ କରି Galaxy S23 Ultra ପର୍ଯ୍ୟନ୍ତ ଅନେକ ଫୋନରେ ଦମଦାର ଡିସକାଉଣ୍ଟ ଦିଆଯିବ । ତେବେ ଜାଣି ରଖନ୍ତୁ Samsung Galaxy S23 Ultraର ମୂଲ୍ୟ ୧,୪୯,୯୯୯ ଟଙ୍କା । କିନ୍ତୁ ଫ୍ଲିପକାର୍ଟ ସେଲରେ ଏହି ଫୋନ ବଡ଼ ଡିସକାଉଣ୍ଟରେ ମିଳିବ । Galaxy S23 Ultraର ମୂଲ୍ୟ ୧ ଲକ୍ଷରୁ କମ୍ ହେବ ବୋଲି ଆଶା କରାଯାଉଛି । ବ୍ୟାଙ୍କ ଅଫର ସହିତ ଏହି ଡିଭାଇସକୁ ୯୨,୦୦୦ରୁ କମ୍ ମୂଲ୍ୟରେ କିଣି ପାରିବେ ।

ସାମସଙ୍ଗ ଏହାର ନୂଆ ଫ୍ଲାଗସିପ୍‌ ସ୍ମାର୍ଟଫୋନ Samsung Galaxy S23 Ultra କୁ ଲଞ୍ଚ କରିଛି । ଏହି ଫୋନରେ ଅନେକ ସୁବିଧା ଦିଆଯାଇଛି । ଏଥିରେ ୬.୮ ଇଞ୍ଚର QHD + ଡିସପ୍ଲେ, ଡାଇନାମିକ୍ AMOLED ପ୍ୟାନେଲ୍ ଏବଂ ୧୨୦Hz ସ୍କ୍ରିନ୍ ରିଫ୍ରେସ ରେଟ ରହିଛି । ଏହା ବ୍ୟତୀତ ଏହାର S ପେନ୍ ପାଇଁ ମଧ୍ୟ ସପୋର୍ଟ ରହିଛି ।

Samsung Galaxy S23 Ultraରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୮ ଜେନ ୨ ପ୍ରୋସେସର୍ ଅଛି, ଯାହା ୧୨ GB RAM ଏବଂ ୧ TB ଷ୍ଟୋରେଜ୍ ସହିତ ଆସିଥାଏ । ଏହି ସ୍ମାର୍ଟଫୋନ ଅନେକ ଫ୍ଲେଭରରେ ଆସିଥାଏ । ଏହା ଆଣ୍ଡ୍ରଏଡ୍୧୩ ରେ ସାମସଙ୍ଗର କଷ୍ଟମ୍ ୱାନ୍ UI ୫.୧ ସ୍କିନ ସହିତ ଚାଲିଥାଏ । ଏଥିରେ ୫୦୦୦mAh ବ୍ୟାଟେରୀ ଅଛି ।

Samsung Galaxy S23 Ultraରେ ଏକ କ୍ୟାମେରା ସିଷ୍ଟମ ଅଛି ଯାହା ଆପଣଙ୍କୁ ଭଲ ଫଟୋ ଏବଂ ଭିଡିଓ ନେବାକୁ ସପୋର୍ଟ କରେ । ପ୍ରାଇମେରୀ କ୍ୟାମେରା ୨୦୦ ମେଗାପିକ୍ସେଲର ରହିଛି । ଟେଲିଫୋଟୋ ଲେନ୍ସ ଆପଣଙ୍କୁ ଦୂର ବସ୍ତୁଗୁଡ଼ିକୁ ନିକଟତର କରିବାକୁ ଅନୁମତି ଦିଏ ଏବଂ ଅଲ୍ଟ୍ରାୱାଇଡ୍ ଲେନ୍ସ ଆପଣଙ୍କୁ ବଡ଼ ଦୃଶ୍ୟ କ୍ୟାପଚର୍ କରିବାକୁ ଦିଏ । ଫ୍ରଣ୍ଟ ଫେସିଙ୍ଗ କ୍ୟାମେରା ଆପଣଙ୍କୁ ଦମଦାର ସେଲଫି ନେବାକୁ ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.