Below header

ନ୍ୟୁ ଇଣ୍ଡିଆ ଡିଜିଏମ୍‌ଙ୍କ ବ୍ରହ୍ମପୁର ଗସ୍ତ, କର୍ମଚାରୀଙ୍କୁ ଦେଲେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ

ବୀମା କମ୍ପାନୀ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ଡେପୁଟୀ ଜେନେରାଲ ମ୍ୟାନେଜରଙ୍କ ବ୍ରହ୍ମପୁର ଗସ୍ତ । ଡିଜିଏମ୍‌ ସଦାନନ୍ଦ ମହାନ୍ତି ଇତିମଧ୍ୟରେ ବ୍ରହ୍ମପୁର ଯାଇ ଡିଭିଜନ୍‌-୨ ଅଫିସ୍‌ରେ ଏକ ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ସେ ବ୍ରହ୍ମପୁର ଡିଭିଜନ୍‌ର କର୍ମଚାରୀ, ମାର୍କେଟିଂ ଏଜେଣ୍ଟଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ । ମେଡିକ୍ଲେମ୍‌ ଭଳି ପର୍ସନାଲ ଓ ରୁରାଲ ଇନସ୍ୟୁରାନ୍ସ ସଂସ୍ଥା ଏବଂ ସମାଜ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ସେ ବୁଝାଇଥିଲେ । ଏହି ବୈଠକରେ ବ୍ରହ୍ମପୁର ଡିଭିଜନ୍‌ର ସିନିୟର ଡିଭିଜନାଲ ମ୍ୟାନେଜର ଜ୍ୟୋତି ରଞ୍ଜନ ମିଶ୍ର ବୈଠକ ପରିଚାଳନା କରିଥିଲେ । ଏଥିରେ ବ୍ରହ୍ମପୁର ଡିଭିଜନର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.