ଶକ୍ତିଶାଳୀ ଭୂମିକମ୍ପରେ ଧରାଶାୟୀ ତୁର୍କୀର ୧୦ ରାଜ୍ୟ; ୩ ମାସ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି
ତୁର୍କୀରେ ଜାରି ହେଲା ଏମରଜେନ୍ସି। ଭୂମିକମ୍ପ ପ୍ରଭାବିତ ୧୦ ରାଜ୍ୟରେ ୩ ମାସର ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି। ତୁର୍କୀରେ ଲଗାତାର ୫ ଥର ଅନୁଭୂତ ହୋଇଛି ଭୂମିକମ୍ପ ଝଟ୍କା।
ତୁର୍କୀ ରାଷ୍ଟ୍ରପତି ରେସେପ୍ ତୈୟପ୍ ଏର୍ଦୋଗନ ଦେଶରେ ଭୟଙ୍କର ଭୂମିକମ୍ପରେ ପ୍ରଭାବିତ ୧୦ ରାଜ୍ୟରେ ୩ ମାସର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ମଙ୍ଗଳବାର ତୁର୍କୀର ସମାଚାର ଏଜେନ୍ସି ଅନାଦୋଲୁର ରିପୋର୍ଟରୁ ଏହା ଜଣାପଡ଼ିଛି।
ତୁର୍କୀ ଓ ସିରିୟାରେ ଆସିଥିବା ୭.୮ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଏବଂ ଏହା ପରର ଝଟ୍କାରେ ଏ ପର୍ଯ୍ୟନ୍ତ ପାଖାପାଖି ୫ ହଜାର ଲୋକଙ୍କର ମୃତ୍ୟୁ ହୋଇସାରିଲାଣି। ଧରାଶାୟୀ ହୋଇପଡ଼ିଥିବା ବଡ଼ ବଡ଼ ବିଲ୍ଡିଂରୁ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ତୁର୍କୀର ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ୫୪,୦୦୦ ଟେଣ୍ଟ ଏବଂ ୧୦୨,୦୦୦ ଗଦି ପଠାଯାଇଛି। ୫୦୦୦ ସ୍ୱାସ୍ଥ୍ୟକର୍ମୀଙ୍କୁ ଦକ୍ଷିଣ ତୁର୍କୀ ଅଞ୍ଚଳରେ ମୁତୟନ କରାଯାଇଛି।
କହି ରଖୁଛୁ, ତୁର୍କୀରେ ଲଗାତାର ୫ମ ଥର ପାଇଁ ଭୂମିକମ୍ପ ଆସିଛି। ଆଜି ମଙ୍ଗଳବାର ୫.୭ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଏହିପରି ସୋମବାର ବି ୩ଟି ଭୂମିକମ୍ପ ଝଟ୍କା ଆସିବା ପରେ ପୁଣି ମଙ୍ଗଳବାର ଆସିଛି ୨ଟି ଝଟ୍କା। ଖବର ମୁତାବକ, ତୁର୍କୀ ଏବଂ ସିରିୟାରେ ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ୪,୮୦୦ରେ ପହଞ୍ଚିସାରିଲାଣି। ମୃତକଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି।
The Turkish flag flies at half-mast at the Embassy of Turkey in Delhi to mourn the death of over 5000 people in the devastating earthquake that hit the country on February 6 pic.twitter.com/2okwrnQpeT
— ANI (@ANI) February 7, 2023
ଭୂମିକମ୍ପରେ ପ୍ରଭାବିତ ତୁର୍କୀ ପଇଁ ଭାରତ ପକ୍ଷରୁ ସହାୟତାର ହାତ ବଢାଯାଇଛି। ତୁର୍କୀକୁ ୨ଟି ଏନଡିଆରଏଫ ଟିମ୍ ପଠାଯାଇଛି। କେବଳ ଭାରତ ନୁହେଁ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ମଧ୍ୟ ତୁର୍କୀକୁ ୧୧ ମିଲିୟନ ଆମେରିକୀୟ ଡଲାରର ସହାୟତା ଘୋଷଣା କରିଛନ୍ତି।
LIVE Earthquake update: Death toll rises to nearly 4,900 in Turkey, Syria
Read @ANI Story | https://t.co/KhMzcgfotn#Turkey #TurkeyQuake #Turkey_earthquake #TurkeySyriaEarthquake pic.twitter.com/tPKdgrzT7D
— ANI Digital (@ani_digital) February 7, 2023