ଆଜି ଝାରସୁଗୁଡ଼ା ଯାଇପାରନ୍ତି ପୋଲିସ ଡିଜି ସୁନୀଲ ବଂଶଲ
ଭୁବନେଶ୍ୱର (କେନ୍ୟୁଜ) : ଆଜି ଝାରସୁଗୁଡ଼ା ଯାଇପାରନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା ମାମଲା ତଦନ୍ତର ସମୀକ୍ଷା କରିବେ । ଆଜି ପୋଲିସ ଡିଜି ସୁନୀଲ ବଂଶଲ ଝାରସୁଗୁଡ଼ା ଯିବା ନେଇ ସୂଚନା ମିଳିଛି । ଘଟଣାସ୍ଥଳକୁ ଯାଇ ତଦନ୍ତର ସମୀକ୍ଷା କରିବେ DGP । ତାଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଓ ଆଇନ ଶୃଙ୍ଖଳା ଏଡିଜି ଆର କେ ଶର୍ମା ମଧ୍ୟ ଯିବେ । ତଦନ୍ତର ସମୀକ୍ଷା ସହ କ୍ରାଇମ ସ୍ପଟ୍ ବ୍ରଜରାଜନଗର ଗାନ୍ଧୀ ଛକ ଯିବେ ।