ବର୍ଷା ପାଇଁ ସ୍ଥିତି ସଙ୍ଗୀନ : କେଉଁଠିକୁ ଯୋଗାଯୋଗ ବିଚ୍ଛିନ୍ନ ତ କେଉଁଠି ସ୍କୁଲରେ ଝୁଲୁଛି ତାଲା

ଆଜି ବି ରାଜ୍ୟରେ ଅତି ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ କେତେକ ସ୍ଥାନରେ ଅତି ଭୀଷଣ ବର୍ଷା ସମ୍ଭାବନା ରହିଛି । ଆଜି ପଶ୍ଚିମ ଓଡ଼ିଶାରେ ଅଧିକ ରହିବ ବର୍ଷା ପ୍ରଭାବ । ଆଜି ପାଇଁ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼କୁ ଦିଆଯାଇଛି ରେଡ୍‌ ୱାର୍ଣ୍ଣିଂ ଦିଆଯାଇଛି । ସେହିପରି ୯ ଜିଲ୍ଲା ଦେବଗଡ଼, ଅନୁଗୋଳ, କେନ୍ଦୁଝର, ସୋନପୁର, ବୌଦ୍ଧ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ ।

କେନ୍ଦୁଝର/ବଲାଙ୍ଗିର/ବୌଦ୍ଧ(କେନ୍ୟୁଜ୍): ଲଘୁଚାପ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ବଙ୍ଗୋପସାଗରରେ ସକ୍ରିୟ ରହିଛି ଗଭୀର ଅବପାତ । ଏହାର ପ୍ରଭାବରେ ଆଜି ବି ରାଜ୍ୟରେ ଅତି ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ କେତେକ ସ୍ଥାନରେ ଅତି ଭୀଷଣ ବର୍ଷା ସମ୍ଭାବନା ରହିଛି । ଆଜି ପଶ୍ଚିମ ଓଡ଼ିଶାରେ ଅଧିକ ରହିବ ବର୍ଷା ପ୍ରଭାବ । ଆଜି ପାଇଁ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼କୁ ଦିଆଯାଇଛି ରେଡ୍‌ ୱାର୍ଣ୍ଣିଂ ଦିଆଯାଇଛି ।

ସେହିପରି ୯ ଜିଲ୍ଲା ଦେବଗଡ଼, ଅନୁଗୋଳ, କେନ୍ଦୁଝର, ସୋନପୁର, ବୌଦ୍ଧ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ୮ ଜିଲ୍ଲାକୁ ୟେଲୋ ସତର୍କତା ଦେଇଛି ପାଣିପାଗ ବିଭାଗ । ରେଡ୍‌ ୱାର୍ଣ୍ଣିଂ ଜିଲ୍ଲାରେ ୨୦ ସେଣ୍ଟିମିଟରୁ ଅଧିକ ବର୍ଷିପାରେ । ପ୍ରବଳ ବର୍ଷାରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇପାରେ । ବଢ଼ିପାରେ ବିଭିନ୍ନ ନଦୀର ଜଳସ୍ରୋତ।

ଏପଟେ କେନ୍ଦୁଝର ଜିଲ୍ଲାରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ଏନେଇ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସେହିପରି ବର୍ଷାରେ ବେହାଲ ବଲାଙ୍ଗିର ଜିଲ୍ଲା । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବଲାଙ୍ଗିର ସମସ୍ତ ସ୍କୁଲ ଛୁଟି କରାଯାଇଛି। ଲଗାଣ ବର୍ଷା ଯୋଗୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଛୁଟି ଘୋଷଣା କରାଯାଇଛି। ଆଜି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ସ୍କୁଲ ବନ୍ଦ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ବଲାଙ୍ଗିର ଜିଲ୍ଲାର ଗୁଡାଭେଳା ବ୍ଲକର ଦୁଇଟି ପାଞ୍ଚୟତର ବିଭିନ୍ନ ଗାଁ ସମେତ, ଜାମୁଟ ଓ ଗମ୍ଭାରୀଗୁଡ଼ା ପଂଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଏବେ ପ୍ରାୟ ୧୦ ଟି ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି । ବନ୍ୟାଞ୍ଚଳରେ ପ୍ରଶାସନିକ ଅଧିକାରୀ ପହଁଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

flood

ଏପଟେ ଲଗାଣ ବର୍ଷାରେ ବେହାଲ ବୌଦ୍ଧ ଜିଲ୍ଲା । ତୁହାକୁ ତୁହା ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସହରର ତଳିଆ ଅଞ୍ଚଳରେ ବର୍ଷା ପାଣି ପଶି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଲହଡ଼ି ଭାଙ୍ଗୁଛି । ଫଳରେ ସାଧାରଣ ଯାତାୟତ ଏକ ପ୍ରକାର ଠପ୍ ହୋଇଛି । ଡ୍ରେନେଜ ସମସ୍ୟା ଯୋଗୁଁ ସହରର ବିଭିନ୍ନ ବସ୍ତିରେ ଅପରିଷ୍କାର ପାଣି ଘରେ ପଶି ଯିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ସେହିପରି ସହରର ବିଭିନ୍ନ ବସ୍ତିରେ ଡ୍ରେନର ନର୍ଦ୍ଦମା ପାଣି ପଶିଛି । ପରିବାରକୁ ନେଇ ଲୋକେ ବିଦପସଂକୁଳ ଅବସ୍ଥାରେ ରହିଛନ୍ତି । ପାଣିପାଗ ବିଭାଗର ସୂଚନା ମୁତାବକ ଆଜି ମଧ୍ୟ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ରହିଛି । ଯାହାକୁ ନେଇ ତଳିଆ ଅଞ୍ଚଳର ଲୋକେ ଚିନ୍ତାରେ ପଡ଼ିଛନ୍ତି । ସେପଟେ ଲଗାଣ ବର୍ଷା ରେ ଭୁଶୁଡ଼ିଲା ମହାନଦୀ ବନ୍ୟା ନିରୋଧକ ପାଚେରୀ । ସୃଷ୍ଟି ହେଲା ୪୦ ଫୁଟ୍ ର ଘାଇ । କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ୪୦ ଫୁଟର ଘାଇ ସୃଷ୍ଟି । ହଜାର ହଜାର ହେକ୍ଟର ଜମି ଜଳମଗ୍ନ ହୋଇଥିବା ବେଳେ ବର୍ତ୍ତମାନ୍ ସୁଦ୍ଧା ୧୭୫ ମିମି ବର୍ଷ ରେକର୍ଡ କରାଯାଇଛି । ସେହିପରି ମହାନଦୀ ଜଳସ୍ତର ୮୪.୯ ମିଟର ରେ ରହିଛି । ତେବେ ଆଗକୁ ଏପରି ବର୍ଷା ଜାରି ରହିଲେ ସ୍ଥିତି ସଙ୍ଗୀନ ହେବାର ଆଶଙ୍କା କରାଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.