Below header

ଶେଷ ହେଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ୧୭ଟି ପ୍ରସ୍ତାବ ଉପରେ ମୋହର

ଭୁବନେଶ୍ୱର (କେନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ରାଜ୍ୟ କ୍ୟାବିନେଟ୍‌ ବୈଠକରେ ପୁଣି ୧୭ଟି ପ୍ରସ୍ତାବରେ ମୋହର ଲାଗିଛି। ଏହା ମଧ୍ୟରେ ଅନୁଗୁଳ ଜିଲ୍ଲାରେ ୨ଟି ପାଇପ୍‌ ଲାଇନ୍‌ ଜଳ ଯୋଗାଣ ପ୍ରକଳ୍ପକୁ ଅନୁମତି ମିଳିଛି। ଅନ୍ୟପଟେ ରାଜ୍ୟର ସୁକ୍ଷ୍ମ ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ (MSME) ଶିଳ୍ପ ପାଇଁ ନୂଆ ନୀତି ଆସିଛି।

ସେହିପରି କ୍ୟାବିନେଟ୍‌ ବୈଠକରେ ୟୁପି ସ୍କୁଲ ଶିକ୍ଷକଙ୍କ ଗ୍ରାଣ୍ଟ-ଇନ୍-ଏଡ୍ ଅବଧି ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଠିକ୍ ସେହିପରି ଅନୁଦାନପ୍ରାପ୍ତ ବେସରକାରୀ ହାଇସ୍କୁଲ ପାଇଁ ମଧ୍ୟ ଅବଧିକୁ ବୃଦ୍ଧି କରାଯାଇଛି। ଅନ୍ୟପଟେ ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକକୁ ବିମାନ ସେବାକୁ କାର୍ଯ୍ୟକାରୀ କରାଯିବ । ବିଶ୍ୱବ୍ୟାଙ୍କ ସହାୟତାରେ ରାଜ୍ୟରେ କାର୍ଯ୍ୟକାରୀ ହେବ ଓଏସସିଆରଜିପିପି(OSCRGPP)ଦୁର୍ବିପାକ ନିରୋଧୀ ଦକ୍ଷତା ବୃଦ୍ଧି ପାଇଁ କାର୍ଯ୍ୟକ୍ରମ। ଏଥି ସହିତ ଆଳୁ, ପନିପରିବା, ମସଲା ଉତ୍ପାଦନ ବୃଦ୍ଧି ପାଇଁ ସ୍ୱତନ୍ତ୍ର ପାଣ୍ଠିକୁ ଅନୁମୋଦନ କରାଯାଇଛି।

ଅନ୍ୟପଟେ ଏମଏସଏମଇ ପାଇଁ ନୂଆ ନୀତିକୁ ଅନୁମୋଦନ ଦେଇଛି କ୍ୟାବିନେଟ୍।କୃଷିରେ ମହିଳାଙ୍କୁ ସ୍ୱାବଲମ୍ବୀ କରାଇବାକୁ ପାଣ୍ଠି ବ୍ୟବସ୍ଥା । ମହିଳା SHGଙ୍କୁ କୃଷି ଉଦ୍ୟୋଗୀକରଣ ପାଇଁ ପ୍ରୋତ୍ସାହନ । ଓଡ଼ିଶା ମେଡିକାଲ ସେବା ନିଯୁକ୍ତି ସର୍ତ୍ତାବଳୀରେ ସଂଶୋଧନ । ଓଡ଼ିଶା ମିନିଷ୍ଟରିଆଲ ସର୍ଭିସ ନିଯୁକ୍ତି ନିୟମରେ ସଂଶୋଧନ । ପ୍ଲସ-୨ ଶିକ୍ଷାରେ ସ୍ୱତନ୍ତ୍ର ବିଶେଷଜ୍ଞ ନିଯୁକ୍ତି ପାଇଁ ସ୍ୱତନ୍ତ୍ର ନୀତି ।

ଆଦାୟ ହେବ କେନ୍ଦ୍ର, ରାଜ୍ୟ ଓ ଘରୋଇ ଶିଳ୍ପର ବକେୟା ଜଳ ବିଲ୍ । ୧୬୮୭ ଟି ସ୍ଥାନରେ ବିଏସଏନଏଲକୁ ୨ ହଜାର ବର୍ଗଫୁଟର ୩୦ ବର୍ଷୀୟା ଲିଜ୍ । ଏହାଦ୍ୱାରା ଉପକୃତ ହେବେ ୧୭୯୨ଟି ଅପହଞ୍ଚ ଗାଁର ଲୋକେ । ଲିଜ୍ ବିବାଦରେ ବର୍ଷକୁ ୧ ଟଙ୍କାର ଟୋକନ ମନି ଦେବ ବିଏସଏନଏଲ । ଗଞ୍ଜାମ ହିଞ୍ଜିଳିକାଟୁରେ ଶଙ୍କର ନେତ୍ରାଳୟ ଖୋଲିବ ଶାଖା । ନେତ୍ରାଳୟ ଜମିର ଖଜଣା ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ । ମହାନଦୀ ଓ ପାଇକାରେ ନିର୍ମାଣ ହେବ ଆନିକଟ ମଞ୍ଜୁରୀ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.