ନୂଆ ବର୍ଷରୁ ଅଚଳ ହୋଇଯିବ ଅନେକ ସ୍ମାର୍ଟ ଫୋନ୍‌ ର ହ୍ଵାଟ୍ସଆପ୍‌, ଦେଖିପାରିବେନି ହ୍ଵାଟ୍ସଆପ ମେସେଜ

ନୂଆଦିଲ୍ଲୀ : ଆପଣ କେଉଁ ସ୍ମାର୍ଟ ପୋନ ବ୍ୟବହାର କରୁଛନ୍ତି । ଆପଣ ଆଣ୍ଡ୍ରୋଏଡ ଫୋନ ବ୍ୟବହାର କରୁଛନ୍ତି ? ଆଇଫୋନ ବ୍ୟବହାର କରୁଛନ୍ତି ? ଆପଣଙ୍କ ଫୋନଟି କେଉଁ ବ୍ରାଣ୍ଡର । ଯଦି ଆପଣ ନାମୀ ଦାମୀ ବ୍ରାଣ୍ଡର ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ନୂଆ ବର୍ଷରୁ ଅନେକଗୁଡ଼ିଏ ସ୍ମାର୍ଟ ପୋନରେ ହ୍ଵାଟ୍ସଆପ ଚାଲିବନାହିଁ। ପ୍ରାୟ ୪୯ଟି ଫୋନରେ ପପୁଲାର ଇନଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟ୍ସଆପ୍‌ କାମ କରିବନି ବୋଲି ।

ତାଲିକାରେ ବହୁ ଦାମୀ କମ୍ପାନୀର ଫୋନ ସ୍ଥାନ ପାଇଛି ଯେଉଁଥିରେ ହ୍ବାଟ୍ସଆପ ଚାଲିବନି। ଡିସେମ୍ବର ୩୧ ପରଠୁ ଆଣ୍ଟ୍ରୋଏଡ୍‌ ଫୋନ୍‌, ଆଇଫୋନ୍‌ ଭଳି ଅନେକ ଫୋନରେ ବି କାମ କରିବନି । ଆପଲ ଆଇଫୋନର କିଛି ଫୋନ୍‌, ଏଚଟିସି ମୋବାଇଲ୍‌, ଲେନୋଭ, ଏଲଜି, ମେମୋ, ସାମସଙ୍ଗ୍‌, ସୋନୀ ଓ ୱିକୋ ଭଳି ଅନେକ ନାମୀ ବ୍ରାଣ୍ଡର ଫୋନର ହ୍ଵାଟ୍ସଆପ ଅପଡେଟ୍‌ ହୋଇପାରିବନି।

କାରଣ ପ୍ରତିବର୍ଷ ହ୍ଵାଟ୍ସଆପ୍‌ ଅନେକ ଫୋନରୁ ନିଜର ସପୋର୍ଟ ହଟାଇଥାଏ। ପୁରୁଣା ଓ ଆଉଟଡେଟେଡ୍‌ ଅପରେଟିଂ ସିଷ୍ଟମରେ କାମ କରିନଥାଏ। ଏଥିପାଁଇ ଅନେକ ଦାମୀ ବ୍ରାଣ୍ଡ ମୋବାଇଲରେ ଏହି ଆପ୍‌ ଅଚଳ ହୋଇଯିବ । ଏହି ସବୁ ଫୋନରେ ଆପ୍‌ ଅପଡେଟ୍‌ ହେବନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.