ଓଡ଼ିଶାରେ ଖୁବଶୀଘ୍ର ୧୫ଟି ପ୍ରମୁଖ ଖଣି ଓ ୧୬ଟି ଲଘୁ ଖଣିଜ ବ୍ଲକର ନିଲାମ କରାଯିବ: ପ୍ରଫୁଲ୍ଲ ମଲ୍ଲିକ

(କେନ୍ୟୁଜ):  ଖଣି କ୍ଷେତ୍ରରେ ଓଡ଼ିଶାର ଉପଲବ୍‌ଧି । ଖଣିଜ ବ୍ଲକ ଆବଣ୍ଟନ କ୍ଷେତ୍ରରେ ଆସିଛି ବିରାଟ ପରିବର୍ତ୍ତନ। ଖଣିଜ ବ୍ଲକ ନିଲାମ ଓ ଆବଣ୍ଟନରେ ଓଡିଶା ଏକ ନଂ ରାଜ୍ୟ ଭାବେ ରାଷ୍ଟ୍ରୀୟ ଖଣିଜ ବିକାଶ ପୁରସ୍କାର ପାଇଛି। ପ୍ରଥମ ପୁରସ୍କାର ଭାବେ ୩କୋଟି ଟଙ୍କାର ଅର୍ଥ ରାଶି ଲାଭ କରିଛି। ଏନେଇ ସାମ୍ବାଦିକ ସମ୍ମିଳନୀର ପ୍ରତିକ୍ରିୟା ରଖିଛନ୍ତି ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ। ଖୁବଶୀଘ୍ର ରାଜ୍ୟର ୧୫ଟି ପ୍ରମୁଖ ଖଣି ଏବଂ ୧୬ଟି ଲଘୁ ଖଣିଜ ବ୍ଲକର ନିଲାମ ହେବ।

୨୦୨୧-୨୨ବର୍ଷରେ ୪୯ହଜାର ୫୩୦ କୋଟି ଟଙ୍କାର ଖଣି ରାଜସ୍ୱ ଆଦାୟ ହୋଇଛି। ବର୍ତ୍ତମାନ ସୁଦ୍ଧା ୨୨ଟି ଅବଧି ଶେଷ ହୋଇଥିବା ଖଣିଜ ଲିଜ ସମେତ ୩୭ଟି ଖଣିଜ ବ୍ଲକର ନିଲାମ ପ୍ରକ୍ରିୟା ଶେଷ ହୋଇଛି। 5T ପଦକ୍ଷେପ ଆଧାରରେ ଖଣିଜ ଉତ୍ତୋଳନ, ମ୍ୟାପିଂ ପାଇଁ i3MS ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ମୋଟ ଖଣିଜ ପଦାର୍ଥର ଉତ୍ପାଦନ ୧୦୭.୫୪୬ ମିଲିୟନ ଟନ ହୋଇଛି। ପରିବହନ ହୋଇଛି ୧୦୦.୬୧୨ ମିଲିୟନ ଟନ। ଦେଶରେ ଆବଶ୍ୟକ ହେଉଥିବା ଲୁହା ପଥରର ୫୦ ପ୍ରତିଶତ କେବଳ ଓଡିଶା ପୂରଣ କରୁଛି। ୨୦୨୦-୨୧ରେ ୧୩ହଜାର ୭୯୧କୋଟି ଟଙ୍କାର ଖଣି ରାଜସ୍ୱ ମିଳିଥିବା ବେଳେ ୨୦୨୧-୨୨ରେ ୪୯ହଜାର ୫୩୦ କୋଟି ଟଙ୍କାର ଖଣି ରାଜସ୍ୱ ଆସିଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୧ହଜାର ୮୮୭କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରାଯାଇଛି। ଏହା ଗତ ବର୍ଷ ତୁଳନାରେ ୨୧.୭୮ ପ୍ରତିଶତ ଅଧିକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.