ଶ୍ରମିକଙ୍କୁ ନେଇ ଯାଉଥିବା ବେଳେ ଓଲଟିଲା ଟାଟା ମେଜିକ ଗାଡ଼ି; ୨୭ ଆହତ, ୭ ଗୁରୁତର

ଶ୍ରମିକ ମାନଙ୍କ ନେଇ ଯାଉଥିବା ଏକ ଟାଟା ମେଜିକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗାଡ଼ିରେ ଥିବା ଶ୍ରମିକଙ୍କ ମଧ୍ୟରୁ ୭ ଜଣ ଗୁରୁତର ହୋଇଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକ ଠାରୁ ୨ କିମି ଦୂର ଆନନ୍ଦପୁର ରାସ୍ତାର ଜୁଡାମ୍ବ ଘାଟି ନିକଟରେ ଏହି ଦୁର୍ଘଟଣା ଘଟିଛି ।

କରଞ୍ଜିଆ (କେନ୍ୟୁଜ): ଶ୍ରମିକ ମାନଙ୍କ ନେଇ ଯାଉଥିବା ଏକ ଟାଟା ମେଜିକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗାଡ଼ିରେ ଥିବା ଶ୍ରମିକଙ୍କ ମଧ୍ୟରୁ ୭ ଜଣ ଗୁରୁତର ହୋଇଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକ ଠାରୁ ୨ କିମି ଦୂର ଆନନ୍ଦପୁର ରାସ୍ତାର ଜୁଡାମ୍ବ ଘାଟି ନିକଟରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁସାରେ ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ଗ୍ରାମପଞ୍ଚାୟତ ଅଧିନ ଜଡିପଦା ଗ୍ରାମରୁ ଧାନ ବିଲରେ କାମ କରିବାକୁ ୩୦ ରୁ ଉର୍ଦ୍ଧ୍ବ ଶ୍ରମିକଙ୍କୁ ନେଇ ଏକ ଟାଟା ମେଜିକ ଗାଡି ଭଦ୍ରକ ଜିଲ୍ଲା ବନ୍ତ ନିକଟ କେନ୍ଦୁଆ ଗ୍ରାମକୁ ଯାଉଥିଲା । ଗାଡିଟି ଜୁଡାମ୍ବ ଘାଟିରୁ ଓହ୍ଲାଉ ଥିବା ବେଳେ ଭୋର ପ୍ରାୟ ୪.୩୦ ସମୟରେ ଗାଡିର ଏକ ଚକ ଫାଟି ଯିବାରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଖବରପାଇ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ଓ ୧୦୮ ଆମ୍ବୁଲାନ୍ସ ଯାଇ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ଗୁରୁତର ଥିବା ୭ ଜଣଙ୍କୁ କରଞ୍ଜିଆ,ଓ କେନ୍ଦୁଝରର ଆନନ୍ଦପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁକୁ ସ୍ଥାନାନ୍ତର କରାଯାଇଛି । ଠାକୁରମୁଣ୍ଡା ପୋଲିସ ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.