Below header

ପ୍ରତିଭା ଦେଇଛି ପରିଚୟ: ଖୁବ୍ କମ୍ ବୟସରେ ପ୍ରଶଂସା ସାଉଁଟୁଛନ୍ତି ମହାବୀର

ପ୍ରତିଭା ଦେଇଛି ପରିଚୟ । ଖୁବ୍ କମ୍ ବୟସରେ ସେ ଏବେ ସାଉଁଟୁଛନ୍ତି ପ୍ରଶଂସା । ସେ ହେଉଛନ୍ତି ଅଷ୍ଟମ ଶ୍ରେଣୀରେ ପାଠ ପଢୁଥୁବା ଛାତ୍ର ମହାବୀର ବେହେରା । ମହାବୀରଙ୍କ ଘର ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଗୋପିନାଥପୁର ପଂଚାୟତର ହଳଦିଆ ଗାଁରେ ।

ଚାନ୍ଦବାଲି (କେନ୍ୟୁଜ୍): ପ୍ରତିଭା ଦେଇଛି ପରିଚୟ । ଖୁବ୍ କମ୍ ବୟସରେ ସେ ଏବେ ସାଉଁଟୁଛନ୍ତି ପ୍ରଶଂସା । ସେ ହେଉଛନ୍ତି ଅଷ୍ଟମ ଶ୍ରେଣୀରେ ପାଠ ପଢୁଥୁବା ଛାତ୍ର ମହାବୀର ବେହେରା । ମହାବୀରଙ୍କ ଘର ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଗୋପିନାଥପୁର ପଂଚାୟତର ହଳଦିଆ ଗାଁରେ । ନିଜର ଡ୍ୟାନ୍ସ ପାଇଁ ଏବ ସେ ଚର୍ଚ୍ଚାରେ । ପିଲାଟି ବେଳୁ ନାଚ ପ୍ରତି ତାଙ୍କର ରୁଚି ଥିଲା ଦୁର୍ବଳତା ।

ତେଣୁ ମହାବୀର ଛୋଟ ବେଳୁ ନାଚକୁ ଆଦରି ନେଇଛନ୍ତି । ପରିବାରର ଅଭାବ ଅନାଟନ ଭିତରେ ମହାବୀର ତାଙ୍କ ଭିତରେ ଥିବା ପ୍ରତିଭାକୁ ବିକଶିତ କରିବା ଲକ୍ଷ୍ୟରେ ଅଣ୍ଟା ଭିଡିଛନ୍ତି । ସେ ଏଇ ନିକଟରେ କୋଲକତାରେ ଇଣ୍ଡିଆନ୍ ଡ୍ୟାନ୍ସିଂଙ୍ଗ ଷ୍ଟାର ନାମକ ଏକ ରିଆଲିଟି ସୋରେ ଭାଗ ନେଇ ଫାଇନାଲକୁ ଉତିର୍ଣ୍ଣ ହୋଇଛନ୍ତି । ଯାହାକୁ ନେଇ ନିଜ ଗାଁ ଲୋକଙ୍କ ସହ ସାଙ୍ଗସାଥୀ ସମସ୍ତେ ବେଶ ଖୁସି ପ୍ରକଟ କରିବା ସହ ମହାବୀରକୁ ପ୍ରଶଂସା କରିଛନ୍ତି।

ହଳଦିଆ ଗାଁର ମହେନ୍ଦ୍ର ବେହେରା ଓ ଭାରତୀ ବେହେରାଙ୍କ ପୁଅ ମହାବୀର ବେହେରା । ଛୋଟ ବେଳୁ ମହାବୀରଙ୍କର ନାଚ , ଗୀତ , ଅଭିନୟ ପ୍ରତି ବେଶ୍ ରୁଚି ରହିଛି । ହେଲେ ଗରିବ ଘରର ପିଲା ହୋଇଥିବାରୁ ବାପା, ମାଆ ମହାବୀରକୁ ନାଚ,ଗୀତ,ଅଭିନୟ ଶିଖାଇବା ପାଇଁ ଆଗ୍ରହ ଦେଖାଇନଥିଲେ । ତେବେ ମହାବୀର ନିଜର ପାଠ ପଢା ସହ ଟିଭି ଓ ମୋବାଇଲ ଦେଖି ଧିରେ ଧିରେ ନାଚ , ଅଭିନୟ ଶିଖିଥିଲେ । ପରେ ସେ ସ୍କୁଲ ଓ ଗାଁ ମାନଙ୍କରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମରେ ଭାଗ ନେଇ ପୁରଷ୍କୃତ ହେଲେ । ଏହାପରେ ସେ ଡ୍ୟାନ୍ସ କା ଜଲଓା , ଭକ୍ତି ଆଖଡା ଭଳି ବିଭିନ୍ନ ରିଆଲଟି ସୋ ରେ ଭାଗ ନେଇ ନିଜର ପ୍ରତିଭାକୁ ପ୍ରଦର୍ଶନ କରିଥିଲେ।

ତେବେ ମହାବୀର ଏଇ ନିକଟରେ କୋଲକାତରେ ଇଣ୍ଡିଆନ୍ ଡ୍ୟାନ୍ସିଂଙ୍ଗ ଷ୍ଟାର କାର୍ଯ୍ୟକ୍ରମରେ ଭାଗ ନେଇ ସେମିଫାଇନାଲ ଜିତି ଫାଇନାଲରେ ପ୍ରବେଶ କରିଛନ୍ତି। ମହାବୀରଙ୍କ ସଫଳତାରେ ପରିବାର ଲୋକଙ୍କ ସମେତ ସାଙ୍ଗସାଥୀ, ଗାଁ ଲୋକେ ବେଶ ଗର୍ବ ଅନୁଭବ କରୁଛନ୍ତି । ସରକାରଙ୍କ ତରଫରୁ ତାଙ୍କୁ କିଛି ସାହାର୍ଯ୍ୟ ସହଯୋଗ ଯୋଗାଇ ଦେବାକୁ ଗାଁ ଲୋକେ ଦାବି କରିଥିବାବେଳେ, ମହାବୀରଙ୍କ ଭିତରେ ଲୁଚି ରହିଥିବା ପ୍ରତିଭା ଆହୁରି ବିକଶିତ ହେଉ ଏହା ହିଁ ସମସ୍ତଙ୍କ ଆଶା ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.